ଡେଭିଡ୍‌ ଲାମି ନୂଆ ବହିର୍ବ୍ୟାପାର ସଚିବ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟର୍ମର ଶୁକ୍ରବାର ଲେବର ଏମ୍‌ପି ଡେଭିଡ୍‌ ଲାମିଙ୍କୁ ଦେଶର ନୂଆ ବହର୍ବ୍ୟାପାର ସଚିବ ନିଯୁକ୍ତ କରିଛନ୍ତି। ୫୧ ବର୍ଷୀୟ ଡେଭିଡ୍‌ ଭାରତ ସହ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କର ସପକ୍ଷବାଦୀ। ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଜଣେ ବନ୍ଧୁ ବୋଲି ଅଭିହିତ କରିଛନ୍ତି। ଏଥିସହ ମାସକ ଭିତରେ ଭାରତ ଗସ୍ତ କରିପାରନ୍ତି ବୋଲି କହିଛନ୍ତି। ଡେଭିଡ୍‌ଙ୍କ ନେତୃତ୍ୱରେ ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସମ୍ପାଦନ ହୋଇପାରେ ବୋଲି ଆଶା କରାଯାଉଛି।

Share