Categories: ଖେଳ

ବାବର ଆଜମଙ୍କୁ ହଟାଇ ଏହି ଖେଳାଳି ହେଲେ ବିଶ୍ୱର ଏକ ନମ୍ବର ଟି୨୦ ବ୍ୟାଟ୍ସମ୍ୟାନ

ଦୁବାଇ, ୯।୯: ଅଷ୍ଟ୍ରେଲିଆ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ସଦ୍ୟସମାପ୍ତ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ସଦ୍ୟ ପ୍ରକାଶିତ ତାଲିକା ଅନୁଯାୟୀ ପାକିସ୍ତାନର ବାବର ଆଜମଙ୍କୁ ହଟାଇ ଇଂଲଣ୍ଡର ଡେଭିଡ୍‌ ମଲାନ ବିଶ୍ୱର ଏକ ନମ୍ବର ଟି୨୦ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୩୩ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ମଲାନ ସିରିଜରେ ମୋଟ୍‌ ୧୨୯ ରନ୍‌ ସଂଗ୍ରହ କରି ୪ଟି ସ୍ଥାନ ଉପରକୁ ଉଠି ତାଲିକାର ସର୍ବାଗ୍ରେ ରହିଛନ୍ତି। ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ ୩ୟ ସ୍ଥାନରେ ରହିଥିବାବେଳେ ଭାରତର ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲ ଟପ୍‌-୧୦ରେ ସ୍ଥାନ ପାଇଛନ୍ତି। ରାହୁଲ ୨ଟି ସ୍ଥାନ ହରାଇ ୪ର୍ଥରେ ରହିଛନ୍ତି। କିନ୍ତୁ କୋହଲି ର଼୍ୟାଙ୍କିଙ୍ଗ୍‌ରେ ଗୋଟିଏ ସ୍ଥାନ ଉପରକୁ ଉଠି ୯ମ ସ୍ଥାନ ଲାଭ କରିଛନ୍ତି।

Share