Categories: ଖେଳ

ଆଇପିଏଲ୍‌ ପୂର୍ବରୁ ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

କେପଟାଉନ୍‌,୧୧।୩: ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ତାଙ୍କ ଗର୍ଲଫ୍ରେଣ୍ଡ କାମିଲା ହାରିସଙ୍କୁ ବିବାହ କରିଛନ୍ତି। ଉଭୟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ମିଲର ସୋସିଆଲ ମିଡିଆରେ ବିବାହ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏକ ଛୋଟ ପାର୍ଟି ରଖି ଡେଭିଡ ମିଲର ଅତି ସରଳତା ସହିତ ବିବାହ କରିଥିଲେ।
ଏହି ଖୁସିର ମୁହୂର୍ତ୍ତ ଘୋଷଣା କରି କାମିଲା ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଅନୁଗାମୀମାନଙ୍କ ସହ ଏହି ବିଶେଷ ଦିନର ଝଲକ ଶେୟାର କରିଥିଲେ। ଉଭୟ କେପଟାଉନରେ ବିବାହ କରିଥିଲେ।
ଧଳା ବଲ କ୍ରିକେଟରେ ତାଙ୍କର ବିଶେଷ ପ୍ରତିଭା ପାଇଁ ଜଣାଶୁଣା କ୍ରିକେଟର ଡେଭିଡ ମିଲର ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ୱ କରିଛନ୍ତି। ଆଇପିଏଲରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୨୦୨୨ ଆଇପିଏଲ ସିଜନରେ ଗୁଜରାଟ ଟାଇଟାନ୍ସର ବିଜୟରେ ଡେଭିଡ ମିଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Share