Categories: ଖେଳ

ଓ୍ବାର୍ନରଙ୍କ ପାଖରେ ୧୪ ବର୍ଷ ତଳର ରେକର୍ଡ ଭାଙ୍ଗିବାର ସୁଯୋଗ

ଦୁବାଇ,୧୪।୧୧: ଟି୨୦ ବିଶ୍ୱକପ୍‌ର ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ରନ୍‌ କରିଥିବା ଓପନର ଡେଭିଡ୍‌ ଓ୍ବାର୍ନର ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇପାରନ୍ତି। ବର୍ତ୍ତମାନ ୨୩୬ ରନ୍‌ ସହ ଓ୍ବାର୍ନର ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ ପାଇଁ ସଫଳତମ ବ୍ୟାଟ୍ସମ୍ୟାନ ହୋଇ ରହିଛନ୍ତି। ଟି୨୦ ବିଶ୍ୱକପ୍‌ର ଯେ କୌଣସି ସଂସ୍କରଣରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ରନ୍‌ କରିବାର ରେକର୍ଡ ଠାରୁ ଓ୍ବାର୍ନର ୩୦ ରନ୍‌ ପଛରେ ଅଛନ୍ତି।

ଏହି ରେକର୍ଡ ଏବେ ମାଥ୍ୟୁ ହେଡେନଙ୍କ ନାମରେ ଅଛି। ସେ ୨୦୦୭ ସଂସ୍କରଣରେ ୨୬୫ ରନ୍‌ କରିଥିଲେ। ତାଙ୍କ ପଛକୁ ରହିଛନ୍ତି ଶେନ ଓ୍ବାଟସନ। ସେ ୨୦୧୨ରେ ୨୪୯ ରନ୍‌ କରିଥିଲେ।

ଚଳିତ ଟୁର୍ନାମେଣ୍ଟରେ ଓ୍ବାର୍ନରଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଅଷ୍ଟ୍ରେଲିଆନ ବ୍ୟାଟର ୧୫୦ ରନ୍‌ ମଧ୍ୟ ଅତିକ୍ରମ କରିପାରି ନାହାନ୍ତି। ଦଳ ପାଇଁ ଓ୍ବାର୍ନରଙ୍କ ପରେ ସବୁଠୁ ସଫଳତମ ବ୍ୟାଟର ହେଉଛନ୍ତି ଅଧିନାୟକ ଆରୋନ ଫିଞ୍ଚ। ୬ ମ୍ୟାଚ୍‌ ଖେଳିଥିବା ଫିଞ୍ଚଙ୍କ ନାମରେ ମାତ୍ର ୧୩୦ ରନ୍‌ ରହିଛି।

Share