Posted inଖେଳ

ଓ୍ବାର୍ନର ହେଲେ ଦୁବାଇ କ୍ୟାପିଟାଲ୍ସ ଅଧିନାୟକ

ନୂଆଦିଲ୍ଲୀ,୧୮ା୧: ୟୁଏଇରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ଡିପି ଓ୍ବାଲର୍‌ଡ ଇଣ୍ଟରନ୍ୟାଶନାଲ ଲିଗ୍‌ ଟି୨୦ (ଆଇଏଲ୍‌ ଟି୨୦) କ୍ରିକେଟରେ ଭାଗ ନେଉଥିବା ଷ୍ଟାର ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ ଓ୍ବାର୍ନର ଓ ନ୍ୟୁଜିଲାଣ୍ଡର ଦ୍ରୁତ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ ।

ଲିଗ୍‌ରେ ମୋଟ ୩୪ଟି ଗେମ୍‌ ଖେଳାଯିବ । ଫାଇନାଲ ମ୍ୟାଚ ଫେବୃୟାରୀ ୧୭ରେ ଦୁବାଇରେ ଖେଳାଯିବ । ଲିଗ୍‌ର ୧୫ଟି ମ୍ୟାଚ୍‌ ଦୁବାଇରେ ହେବ। ସେହିପରି ଆବୁଧାବିରେ ୧୧ଟି ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଶାରଜାଠାରେ ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବ। ପୂର୍ବତନ ଭାରତ ବ୍ୟାଟର ଅମ୍ବାତି ରାୟୁଡୁ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବେ। ସେ ମୁମ୍ବାଇ ଇଣ୍ଡିଆନ୍ସ ଏମିରେଟ୍ସ ପକ୍ଷରୁ ଖେଳିବେ। ଏମ୍‌ଆଇ ଏମିରେଟ୍ସ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଆଇଏଲ୍‌ ଟି୨୦ରେ ଭାଗ ନେଉଥିବା ଅନ୍ୟ ଦଳଗୁଡ଼ିକ ହେଲେ ଆବୁଧାବି ନାଇଟ ରାଇଡର୍ସ (କୋଲକାତା ନାଇଟ ରାଇଡର୍ସ), ଡେଜର୍ଟ ଭାଇପର୍ସ (ଲାନ୍ସର କ୍ୟାପିଟାଲ୍‌), ଦୁବାଇ କ୍ୟାପିଟାଲ୍ସ (ଜିଏମ୍‌ଆର), ଗଲ୍ଫ ଜାଏଣ୍ଟ୍ସ (ଆଦାନୀ ସ୍ପୋଟର୍‌ସ ଲାଇନ୍‌) ଓ ଶାରଜା ଓ୍ବାରିଅର୍ସ (କାପ୍ରି ଗ୍ଲୋବାଲ।

ଓ୍ବାର୍ନର ଓ ବୋଲ୍ଟଙ୍କ ବ୍ୟତୀତ ଭାଗ ନେଉଥିବା ଅନ୍ୟ ନାମୀ ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ସୁନୀଲ ନାରିନ, ଆନ୍ଦ୍ରେ ରସେଲ, କୋରେ ଆଣ୍ଡରସନ, ଡ୍ବେନ ବ୍ରାଭୋ, ଦାସୁନ ଶନକା, ହରମାନୁଲ୍ଲା ଗୁର୍ବାଜ, ସାମ୍‌ ବିଲିଙ୍ଗ୍ସ, ଡେଭିଡ ଓ୍ବିଲି, ଆଲେକ୍ସ ହେଲ୍ସ, ଟମ୍‌ କୁରାନ, ରୋଭମାନ ପାଓ୍ବେଲ, ଶବରନ ହେଟମେର, ଜେମ୍ସ ଭିନ୍ସ, କ୍ରିସ୍‌ ଓକ୍ସ ଓ ମାର୍ଟିନ ଗୁପ୍‌ଟିଲ। ନିକଟରେ ଅବସର ନେଇଥିବା ଓ୍ବାର୍ନର ଦୁବାଇ କ୍ୟାପିଟାଲ୍ସର ଅଧିନାୟକତ୍ୱ କରିବେ। ଓ୍ବାର୍ନର ଏବଂ ଭାରତର ପୂର୍ବତନ ସ୍ପିନର ହରଭଜନ ସିଂ ଇଭେଣ୍ଟର ଅଫିସିଆଲ ଆମ୍ବାସାଡର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri