Categories: ଖେଳ

ଇତିହାସ ରଚିଲେ ଡେଭିଡ ଓ୍ବାର୍ନର

ନୂଆଦିଲ୍ଲୀ,୨୫।୧୦: ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର ଚଳିତ ବିଶ୍ୱକପ୍‌ରେ ଲଗାତର ଦ୍ୱିତୀୟ ଶତକ ମାରିଛନ୍ତି। ସେ ନେଦରଲାଣ୍ଡ ବିପକ୍ଷରେ ବୁଧବାର ସେ ୯୩ ବଲ୍‌ରେ ୧୦୪ ରନ୍‌ର ପାଳି ଖେଲିଥିଲେ। ଏଥିରେ ୧୧ ଚୌକା ଏବଂ ୩ ଛକା ସାମିଲ ଅଛି। ସେ ବିଶ୍ୱକପ୍‌ ଇତିହାସରେ ୬ଟି ଶତକ ହାସଲ କରିଛନ୍ତି। ସେ ଇତିହାସ ରଚି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ରେକର୍ଡ ଭାଙ୍ଗିଛନ୍ତି।
ପଣ୍ଟିଂ ୪୬ଟି ମ୍ୟାଚର ୪୨ ଇନିଂସରେ ୫ ଶତକ ହାସଲ କରିଥିଲେ। ୨୩ଟି ମ୍ୟାଚର ୨୩ତମ ଇନିଂସରେ ୱାନର ତାଙ୍କୁ ପଛରେ ପକାଇ ଦେଇଛନ୍ତି। ୱାର୍ନର ବିଶ୍ୱକପ୍‌ରେ ସର୍ବାଧିକ ଶତକ ହାସଲ କରିବାରେ ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ସମକ୍ଷକ ହୋଇଥିଲେ।
୪୫ଟି ମ୍ୟାଚର ୪୪ ଇନିଂସରେ ତେନ୍ଦୁଲକର ୬ଟି ଶତକ ହାସଲ କରିଥିଲେ। ତାଙ୍କ ଅପେକ୍ଷା କମ ଇନିଂସରେ ୱାର୍ନର ୬ଟି ଶତକ ହାସଲ କରିଥିଲେ। ଅଷ୍ଟ୍ରେଲୀୟ ଓପନର୍‌ ୨୩ ଇନିଂସରେ ୬ଟି ଶତକ ପୂରଣ କରିଥିଲେ। ସେ ବର୍ତ୍ତମାନ କେବଳ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପଛରେ ଅଛନ୍ତି। ୨୨ଟି ମ୍ୟାଚର ୨୨ ଇନିଂସରେ ରୋହିତଙ୍କ ନାମରେ ୭ ଶତକ ରହିଛି। ୱାର୍ନର ତାଙ୍କ ଦିନିକିଆ କ୍ୟାରିୟରର ୨୨ତମ ଶତକ ସ୍କୋର କରିଥିଲେ। ଏହି ଫର୍ମାଟରେ ଶତକ ସ୍କୋର କରିବାରେ ସେ ସୌରଭ ଗାଙ୍ଗୁଲିଙ୍କ ସହ ସମାନ ସ୍ତରରେ ପହଞ୍ଚିଛନ୍ତି।

Share