Categories: ଖେଳ

ରୋନାଲ୍ଡୋଙ୍କୁ ଅନୁସରଣ କଲେ ଓ୍ବାର୍ନର

ଦୁବାଇ,୨୯।୧୦: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପଦାକୁ ଅନୁସରଣ କରିଛନ୍ତି ଅଷ୍ଟ୍ରେଲିଆର ତାରକା ଓପନର୍‌ ଡେଭିଡ ୱାର୍ନର। ଏଠାରେ ଚାଲିଥିବା ଟି -୨୦ ବିଶ୍ୱକପ୍‌ର ଏକ ଖବରଦାତା ସମ୍ମିଳନୀରେ ସେ ତାଙ୍କ ସମ୍ମୁଖରେ ରଖାଯାଇଥିବା କୋକାକୋଲା ବୋତଲକୁ ସାମୟିକ ଭାବେ ହଟାଇ ଦେଇଛନ୍ତି।

ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆର ବିଜୟର ହିରୋ ୱାର୍ନର ତାଙ୍କ ସାମ୍ନାରେ ରଖାଯାଇଥିବା ଦୁଇଟି ‘ମୃଦୁ ପାନୀୟ’ ବୋତଲ ଉଠାଇ ହସିଲେ, ‘ମୁଁ ସେଗୁଡ଼ିକୁ ହଟାଇ ପାରିବି କି? ତେବେ ମୁଁ ସେଗୁଡ଼ିକୁ ଏଠାରେ ହିଁ ରଖିବାକୁ ପଡିବ। ଯଦି ଏହା କ୍ରିଷ୍ଟିଆନୋ ପାଇଁ ଭଲ, ତେବେ ଏହା ମଧ୍ୟ ମୋ ପାଇଁ ଭଲ। ଏହା ଠିକ ଅଟେ।

ୟୁରୋପୀୟ ଫୁଟବଲ ଚାମ୍ପିୟନଶିପ୍‌ର ଏକ ସାମ୍ବାଦିକ ସମ୍ମିଳନୀରେ ରୋନାଲ୍ଡୋ ତାଙ୍କ ନିକଟରୁ ମୃଦୁ ପାନୀୟର ବୋତଲ ହଟାଇ ଦେଇଥିଲେ। ଏଥିନେଇ କମ୍ପାନୀକୁ ୪ ବିଲିୟନ ଡଲାର କ୍ଷତି ଘଟିଥିଲା। ଏବେ ୱାର୍ନର ବୋତଲ ହଟାଇବାର ଭିଡିଓ ସୋସିଆଲ ମିଡିଆରେ ଚାଲିଛି। କିନ୍ତୁ ଏହାର ଫଳାଫଳ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Share