Categories: ଖେଳ

କ୍ୟାରିୟରର ଶେଷ ଟେଷ୍ଟ ପରେ ଡେଭିଡ ୱାର୍ନରଙ୍କୁ ଖାସ୍‌ ଉପହାର ଦେଲା ପାକିସ୍ତାନୀ ଦଳ

ନୂଆଦିଲ୍ଲୀ,୬।୧: ଡେଭିଡ ୱାର୍ନର ନିଜ କ୍ୟାରିୟରର ଶେଷ ଟେଷ୍ଟ ପାକିସ୍ତାନ ବିପକ୍ଷରେ ସିଡନୀରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳିଛନ୍ତି। ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିଥିବାରୁ ୱାର୍ନରଙ୍କ ପାଇଁ ଶେଷ ଟେଷ୍ଟ ବହୁତ ଭଲ ଥିଲା। ମ୍ୟାଚ ବେଳେ ୱାର୍ନର ୭ ଚୌକା ସହାୟତାରେ ୫୭ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ପରେ ପାକିସ୍ତାନ ଦଳ ୱାର୍ନରଙ୍କୁ ଏକ ବିଶେଷ ଉପହାର ଦେଇଛି।

ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିବା ୱାର୍ନରଙ୍କୁ ପାକିସ୍ତାନ ବବର ଆଜାମଙ୍କ ଜର୍ସି ଉପହାର ଦେଇଛି। ଯେଉଁଥିରେ ପାକିସ୍ତାନୀ ଖେଳାଳିଙ୍କ ଦସ୍ତଖତ ରହିଛି। ପାକିସ୍ତାନ ଅଧିନାୟକ ଶାନ ମସୂଦ ୱାର୍ନରଙ୍କୁ ଏହି ଜର୍ସି ଉପହାର ସ୍ବରୂପ ଦେଇଛନ୍ତି।

ୱାର୍ନର ତାଙ୍କ ଟେଷ୍ଟ କ୍ୟାରିୟରରେ ୧୧୨ ଟି ମ୍ୟାଚ ଖେଳି ୨୦୫ ଇନିଂସରେ ବ୍ୟାଟିଂ କରି ହାରାହାରି ୪୪.୫୯ରେ ୮୭୮୬ ରନ ସ୍କୋର କରିଛନ୍ତି। ଏଥିରେ ୨୬ ଶତକ ଏବଂ ୩୭ ଅର୍ଦ୍ଧଶତକ ସାମିଲ ଅଛି। ଡିସେମ୍ବର ୨୦୧୧ରେ ୱାର୍ନର ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ।

Share