Categories: ଖେଳ

ସନ୍ନ୍ୟାସ ନେବେ ଓ୍ବାର୍ନର; ଏବେ ନିଜେ କହିଲେ ଦଳରେ କିଏ ନେବ ତାଙ୍କ ସ୍ଥାନ

ମେଲବର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ମେଲବର୍ନରେ ଖେଳାଯାଉଛି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌। ଏହି ସିରିଜ ଭେଟେରାନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନରଙ୍କ ଲାଗି ସ୍ବତନ୍ତ୍ର। କାରଣ ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଅନ୍ତିମ ସିରିଜ। ଓ୍ବାର୍ନର ଅଷ୍ଟ୍ରେଲିଆ ଟିମ୍‌ର ଅଭିନ୍ନ ଅଙ୍ଗ। ସେ ଦୀର୍ଘ ସମୟ ଧରି ଓପନିଂ କରୁଛନ୍ତି। ଏଣୁ ତାଙ୍କ ଯିବା ପରେ କିଏ ଓପନର ଦାୟିତ୍ୱ ତୁଲାଇବ ସେନେଇ ଲଗାତାର ଭାବେ ଚର୍ଚ୍ଚା ହେଉଛି। ଏବେ ଓ୍ବାର୍ନର ନିଜେ ତାଙ୍କ ସ୍ଥାନ କିଏ ନେବ ସେନେଇ ଘୋଷଣା କରିଛନ୍ତି। ମାର୍କସ ହାରିସ୍‌ ଏଥିଲାଗି ଯୋଗ୍ୟ ରହିବେ ବୋଲି ସେ ସମର୍ଥନ କରିଛନ୍ତି।

ଓ୍ବାର୍ନର କହିଛନ୍ତି, ମୋତେ ଲାଗୁଛି ଯେ ହାରିସ୍‌ ସେହି ବ୍ୟକ୍ତି ଯାହାଙ୍କୁ ସୁଯୋଗ ମିଳିବ। ସେ ପାକିସ୍ତାନ ବିପକ୍ଷରେ(ଟୁର୍‌ ମ୍ୟାଚ୍‌ରେ) ଶତକ କରିଥିଲେ। ସେ କିଛି ଅନ୍ୟ ଖେଳରେ ନିରାଶ କରିଥିଲେ ହେଁ ସବୁବେଳ ପାଇଁ ଲାଇନ୍‌ରେ ଥିଲେ। ଚୟନକର୍ତ୍ତା ଯଦି ତାଙ୍କ ଉପରେ ଭରସା ଦେଖାନ୍ତି, ତେବେ ଭାବୁଛି ଯେ ସେ ଭଲ ଖେଳିବେ। ସେ ମୋ ଠାରୁ ବହୁତ ଭିନ୍ନ। ନିଜର ଶଟ୍ସ ଭଲରେ ଖେଳନ୍ତି। ଏଣୁ ସେ ଓପନିଂ ସ୍ଥାନରେ ଭଲରେ ଫିଟ୍‌ ହେବେ ବୋଲି କ୍ରିକେଟର କହିଛନ୍ତି।

Share