Posted inଖେଳ

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ ଆସୁଥିବାରୁ ଏହି ସିରିଜରେ ଅଷ୍ଟ୍ରେଲିଆ ଜିତିବା ଲାଗି ଆଶା ବାନ୍ଧିଛି। ଏହାକୁ ନେଇ ପ୍ୟାଟ କମିନ୍ସଙ୍କ ସମେତ ଟିମ୍‌ର ଅନ୍ୟ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଡେଭିଡ ଓ୍ବାର୍ନର ଭାରତକୁ ହରାଇବା ନିମନ୍ତେ ବଡ଼ ଘୋଷଣା କରିଛନ୍ତି। ଯଦି ଭାରତକୁ ହରାଇବା ଲାଗି ତାଙ୍କର ଆବଶ୍ୟକତା ପଡେ ତେବେ ସେ ସନ୍ନ୍ୟାସରୁ ଓହରି ପୁଣି ଖେଳିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଲଗାତାର ୪ ଥର ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ଏହି ସମୟରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୨ ଥର ଭାରତ ଏବଂ ୨ ଥର ଘରୋଇ ମାଟିରେ ହରାଇଛି। ଏହି ପରାଜୟକୁ ନେଇ ପୁରା ଟିମ୍‌ ଜୋର ଲଗାଉଛନ୍ତି। ଟେଷ୍ଟ ଟିମ୍‌ ଅଧିନାୟକ କମିନ୍ସ ଭାରତକୁ ହରାଇବା ଲାଗି କଳ ବଳ କୌଶଳ ଆପଣାଇବାକୁ ଚାହୁଁଛନ୍ତି। ଏବେ ସେମାନଙ୍କ ଚିନ୍ତା ଦୂର କରିବା ଲାଗି ପୋଡକାଷ୍ଟ ଜରିଆରେ ଓ୍ବାର୍ନର ବଡ ବାର୍ତ୍ତା ଦେଇଛନ୍ତି। ଗୋଟିଏ କଲ୍‌ରେ ସେ ସିରିଜ ଖେଳିବାକୁ ଉପଲବ୍ଧ ହୋଇଯିବେ ବୋଲି କହୁଛନ୍ତି।

ନଭେମ୍ବର ୨୨ରେ ଖେଳାଯିବାକୁ ଥିବା ଏହି ସିରିଜ ପୂର୍ବରୁ ଓ୍ବାର୍ନର କହିଛନ୍ତି, ଅଷ୍ଟ୍ରେଲିଆ ଟିମ୍‌ ଫେବୃଆରୀ ପରେ କେବଳ ଗୋଟିଏ ଟେଷ୍ଟ ଖେଳିଛି। ଅର୍ଥାତ ମୋର ପ୍ରସ୍ତୁତି ତାଙ୍କ ଭଳି ରହିଛି। ଯଦି ବାସ୍ତବରେ ଏହି ସିରିଜ ଲାଗି ମୋର ଆବଶ୍ୟକତା ରହିଛି ତେବେ ମୁଁ ପ୍ରସ୍ତୁତି ଆରମ୍ଭ କରିଦେବି। ଉଚିତ କାରଣ ଯୋଗୁ ସନ୍ନ୍ୟାସ ନେଇଛି। ଏବେ ଏହାକୁ ଶେଷ କରିବାକୁ ଚାହୁଁଛି। ଯଦି ସେମାନଙ୍କୁ କାହାର ଆବଶ୍ୟକତା ଥିବ ତେବେ ମୁଁ ପ୍ରସ୍ତୁତ। ପଛକୁ ହଟିବି ନାହିଁ ବୋଲି ସେ କହିଛନ୍ତି। ତେବେ ସେ ଚଳିତ ବର୍ଷ ଜାନୁଆରୀରେ ପାକିସ୍ତାନ ବିପକ୍ଷରେ ଅନ୍ତିମ ମ୍ୟାଚ୍‌ ଖେଳି ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୨୪ ରୁ ୨୮ ଅକ୍ଟୋବରରେ ପୁଣେର ମହାରାଷ୍ଟ୍ର...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି।...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବ ହକି

ମେଲବୋର୍ନ,୨୨ା୧୦: ରାଜ୍ୟଗୋଷ୍ଠୀ କ୍ରୀଡାରୁ ହକି ଇଭେଣ୍ଟ ବାଦ ପଡିବାକୁ ଯାଉଛି। ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ...

ଭାରତ ଯୋଗୁ ବିଶ୍ୱବିଜେତା ହେଲା ନ୍ୟୁଜିଲାଣ୍ଡ ଟିମ୍‌: ଅଧିନାୟକ ନିଜେ କଲେ ଖୁଲସା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୧୦: ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଏହି ବିଶ୍ୱକପ ପୂର୍ବରୁ...

ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri