Categories: ଖେଳ

ଦିଲ୍ଲୀ ଟେଷ୍ଟରୁ ବାଦ୍‌ ପଡ଼ିଲେ ଓ୍ବାର୍ନର

ନୂଆଦିଲ୍ଲୀ,୧୮।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ବଡ ଝଟ୍‌କା ଲାଗିଛି। ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନର ଆହତ ହୋଇଥିବା କାରଣରୁ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେବେ ନିୟମାନୁଯାୟୀ ତାଙ୍କ ସ୍ଥାନରେ ମ୍ୟାଟ୍‌ ରେନ୍ସାଓଙ୍କୁ ସାମିଲ କରାଯାଇଛି।

ଓ୍ବାର୍ନର ମ୍ୟଚ୍‌ର ପ୍ରଥମ ଦିନରେ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜଙ୍କ ଏକ ବଲ୍‌କୁ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଥିଲେ। ପରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବାକୁ ଆସିବା ପରେ ସେ ଫିଲ୍ଡିଂ କରୁ ନ ଥିବା ଦେଖାଯାଇଥିଲା।

Share