Categories: ଖେଳ

ନୂଆବର୍ଷରେ ପ୍ରଶଂସକଙ୍କୁ ଦୁଃଖିତ କଲେ ଡେଭିଡ ଓ୍ବାର୍ନର: ଏକଦିବସୀୟରୁ ଅବସର ଘୋଷଣା କଲେ…

ମେଲବୋର୍ନ,୧।୧ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓପନର୍‌ ଡେଭିଡ ୱାର୍ନର ନୂଆ ବର୍ଷ ଅବସରରେ ପ୍ରଶଂସକଙ୍କୁ ଦୁଃଖିତ କରିଛନ୍ତି। ଟେଷ୍ଟ ପରେ ସେ ଏକଦିବସୀୟରୁ ଅବସର ଘୋଷଣା କରିଛନ୍ତି। ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ନର କହିଛନ୍ତି।
ପୂର୍ବରୁ ଡେଭିଡ ୱାର୍ନର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। ଜାନୁଆରୀ ୩ ରୁ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବା ପରେ ସେ ଏହି ଫର୍ମାଟକୁ ବିଦାୟ ଦେବେ। ବର୍ତ୍ତମାନ ସେ କହିଛନ୍ତି ଟେଷ୍ଟ ସହିତ ସେ ସେହି ଦିନ ଏକଦିବସୀୟରୁ ଅବସର ନେବେ।
ୱାର୍ନର କହିଛନ୍ତି ଚଳିତ ବର୍ଷ ଭାରତରେ ହେବାକୁ ଥିବା ବିଶ୍ୱକପ ଜିତିବା ଏକ ବଡ ସଫଳତା ଏବଂ ଏହା ସେ ପୂର୍ବରୁ ଭାବିଥିଲେ। ସୋମବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ସେ ଗଣମାଧ୍ୟମକୁ କହିଛନ୍ତି, ମୁଁ ନିଶ୍ଚିତ ଭାବେ ଏକଦିବସୀୟ କ୍ରିକେଟରୁ ଅବସର ନେଉଛି। ୱାର୍ନର ଦୁଇଥର ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଛନ୍ତି। ୨୦୧୫ ମସିହାରେ ସେ ମେଲବୋର୍ନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ମାଇକେଲ କ୍ଲାର୍କଙ୍କ ଅଧିନାୟକତ୍ୱରେ ୱାର୍ନର ଦଳର ସଦସ୍ୟ ଥିଲେ।

ୱାର୍ନର କହିଛନ୍ତି ଯେ ସେ ବିଶ୍ୱର ଅନ୍ୟ ଲିଗରେ ଖେଳିବାକୁ ଚାହୁଁଛନ୍ତି। ତାଙ୍କର ଅବସର ଦେଶର ଏକଦିବସୀୟ ଦଳକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଅଷ୍ଟ୍ରେଲୀୟ ଓପନର୍‌ ଏହା ମଧ୍ୟ କହିଛନ୍ତି ଯଦି ସେ ଦୁଇ ବର୍ଷ ପର୍ଯ୍ୟନ୍ତ ଭଲ ଖେଳ ଜାରି ରଖନ୍ତି ଏବଂ ଦଳ ତାଙ୍କୁ ଆବଶ୍ୟକ କରନ୍ତି, ତେବେ ସେ ଚାମ୍ପିଅନ୍ସ ଟ୍ରଫିରେ ଖେଳିବା ପାଇଁ ଉପଲବ୍ଧ ହେବେ।

ୱାର୍ନର ମଧ୍ୟ ଦୁଇଥର ବିଶ୍ୱକପ ବିଜେତା। ତାଙ୍କ ଦଳ ୨୦୧୫ ରେ ଘରୋଇ ପଡିଆରେ ଏବଂ ପୁନର୍ବାର ୨୦୨୩ ରେ ଭାରତରେ ଟାଇଟଲ ଜିତିଥିଲା। ସେ ୨୦୧୫ ବିଶ୍ୱକପର ଆଠ ଇନିଂସରେ ହାରାହାରି ୪୯.୨୮ ଏବଂ ଷ୍ଟ୍ରାଇକ ହାର ୧୨୦.୨୦ ରେ ୩୪୫ ରନ ସଂଗ୍ରହ କରିଥିଲେ । ସେ ଏକ ଶତକ ହାସଲ କରିଥିଲେ। ସେ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। ୨୦୨୩ ବିଶ୍ୱକକରେ ସେ ୧୧ ଟି ମ୍ୟାଚରେ ହାରାହାରି ୪୮.୬୩ ଏବଂ ଷ୍ଟ୍ରାଇକ ହାର ୧୦୮.୨୯ରେ ୫୩୫ ରନ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ କଙ୍ଗାରୁ ଦଳ ପାଇଁ ସର୍ବାଧିକ ରନ ସ୍କୋରର ହୋଇଥିଲେ। ସେ ବିଶ୍ୱକପରେ ଦୁଇଟି ଶତକ ଏବଂ ୨ ଅର୍ଦ୍ଧଶତକ ହାସଲ କରିଥିଲେ।

 

Share