Advertisement
Categories: ଖେଳ

ଇଂଲଣ୍ଡ ବିପକ୍ଷରେ ଓ୍ବାର୍ନରଙ୍କ ବିସ୍ଫୋରକ ବ୍ୟାଟିଂ: ଭାଙ୍ଗିଲେ ଏକାଧିକ ରେକର୍ଡ

ମେଲବୋର୍ନ,୨୨।୧୧: ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ବିସ୍ଫୋରକ ବ୍ୟାଟିଂ ସହ ଅନେକ ରେକର୍ଡ ଭାଙ୍ଗିଛନ୍ତି ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର। ମ୍ୟାଚ୍‌ରେ ସେ ୯୭ ବଲ୍‌ରେ ନିଜର ୧୯ତମ ଦିନିକିଆ ଶତକ ମାରିଥିଲେ। ୧୦୪୩ ଦିନ ପରେ ଦିନିକିଆରେ ଏଭଳି ସଫଳତା ହାସଲ କରିଛନ୍ତି।

ଓ୍ବାର୍ନର ନିଜର ଶତକ ସହ ମାର୍କ ଓ୍ବାର୍ଗଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏଥିସହ ସେ ସକ୍ରିୟ ଖେଳାଳି ଭାବେ ସର୍ବାଧିକ ଅନ୍ତର୍ଜାତୀୟ ଶତକ ମାରିଥିବା ମାମଲାରେ ଜୋ ରୁଟ୍‌ଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ୪୪ ଶତକ ମାରିଛନ୍ତି।

ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ନିମନ୍ତ୍ରଣ ପାଇ ଅଷ୍ଟ୍ରେଲିଆର ଦୁଇ ଓପନର୍‌(ଡେଭିଡ୍‌ ଓ୍ବାର୍ନର,ଟ୍ରାଭିସ୍‌ ହେଡ୍‌) ଶତକୀୟ ଇନିଂସ ଖେଳିଥିଲେ। ଓ୍ବାର୍ନର ଦୀର୍ଘଦିନ ପରେ ଶତକ ମାରିଥିବା ବେଳେ ଟ୍ରାଭିସ୍‌ ୧୫୨ ରନ୍‌ କରିଥିଲେ। ଉଭୟଙ୍କ ମଧ୍ୟରେ ୨୬୯ରନ୍‌ର ଭାଗିଦାରୀ ହୋଇଥିଲା।

ତେବେ ଓ୍ବାର୍ନର ଏହି ଇନିଂସ ବଳରେ ନିଜର ୬୦୦୦ ରନ୍‌ ପୂରଣ କରିଛନ୍ତି। ସେ ଏଯାବତ ୧୩୯ ଇନିଂସ ଖେଳିଥିବା ବେଳେ ୬୦୦୭ ରନ୍‌ କରିଛନ୍ତି। ଏଥିରେ ୧୯ ଶତକ ଏବଂ ୨୭ ଅର୍ଦ୍ଧଶତକ ରହିଛି।