Advertisement

ଟି-୨୦ ସିରିଜରେ ଖେଳିବେ ନାହିଁ ଡେଭିଡ

କାନବେରା,୨୧।୧୧: ଗୁରୁବାର ଅର୍ଥାତ୍‌ ନଭେମ୍ବର ୨୩ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି -୨୦ସିରିଜରେ ଡେଭିଡ ୱାର୍ନରଙ୍କୁ ଦେଖିବାକୁ ମିଳିବ ନାହିଁ। କ୍ରିକେଟ ଅଷ୍ଟ୍ରେଲିଆ ଏହି ସିରିଜରୁ ତାଙ୍କ ନାମ ପ୍ରତ୍ୟାହାର କରିନେଇଛି। ବିଶ୍ୱକପ ବିଜୟ ପରେ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ସେ ଶୀଘ୍ର ଅଷ୍ଟ୍ରେଲିଆ ଫେରିଯିବେ।
ଆସନ୍ତା ମାସରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜର ଏକ ଅଂଶ ହେବେ ଡେଭିଡ ୱାର୍ନର। ଏହି ସିରିଜ ହେଉଛି ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ସିରିଜ। ଏହା ପରେ ସେ କ୍ରିକେଟର ଏହି ଲମ୍ବା ଫର୍ମାଟକୁ ବିଦାୟ ଦେବେ। ଏଭଳି ପରିସ୍ଥିତିରେ, ଏହି ସିରିଜ ପାଇଁ ଭଲ ପ୍ରସ୍ତୁତି କରିବା ପାଇଁ ତାଙ୍କୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ସୂଚନାଯୋଗ୍ୟ, ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ୱାର୍ନର ଓ୍ବାର୍ଲଡ କପ ଏବଂ ଟି -୨୦ କ୍ରିକେଟ ଖେଳିବା ଜାରି ରଖିବେ।
ଚାମ୍ପିଅନ ହେବା ପରେ ଅଷ୍ଟ୍ରେଲିଆକୁ ଫେରୁଥିବା ଅଷ୍ଟ୍ରେଲିଆ ବିଶ୍ୱକପ ୨୦୨୩ଦଳର ଖେଳାଳିଙ୍କ ସହ ଡେଭିଡ ୱାର୍ନର ବର୍ତ୍ତମାନ ଯୋଗ ଦେଇଛନ୍ତି। ପ୍ୟାଟ କମିନ୍ସ, ଜୋସ ହେଜଲେଉଡ, ମିଚେଲ ଷ୍ଟାର୍କ, କ୍ୟାମେରୁନ ଗ୍ରୀନ ଏବଂ ମିଚେଲ ମାର୍ଶ ଭାରତ ବିପକ୍ଷ ଟି -୨୦ ସିରିଜର ଅଂଶ ନୁହଁନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel