Categories: ଖେଳ

ଡେଭିସ୍‌ କପ୍‌ : ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ଇସ୍‌ଲାମାବାଦ,୩ା୨: ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍‌ କପ୍‌ ଓ୍ବାଲର୍‌ଡ ଗ୍ରୁପ୍‌-୧ ପ୍ଲେ ଅଫ୍‌ ମୁକାବିଲା ଶନିବାରଠାରୁ ଖେଳାଯିବ। ଭାରତୀୟ ଟେନିସ ଦଳ ଦୀର୍ଘ ୬୦ ବର୍ଷ ପରେ ପାକିସ୍ତାନରେ ଖେଳିବ। ନିରାପତ୍ତା କାରଣରୁ ଭାରତ ବହୁ ବର୍ଷ ପରେ ପାକିସ୍ତାନରେ ଖେଳିବାକୁ ଯାଉଛି। ଡେଭିସ୍‌ କପ୍‌ ଇତିହାସକୁ ଦେଖିବାକୁ ଗଲେ ଭାରତ କେବେ ପାକିସ୍ତାନଠାରୁ ପରାଜିତ ହୋଇ ନାହିଁ। ଦୁଇ ଦଳ ମଧ୍ୟରେ ଅନୁିଷ୍ଠିତ ସମସ୍ତ ୭ଟି ମ୍ୟାଚରେ ଭାରତ ବିଜୟ ଲାଭ କରିଛି। ଏହି ଧାରା ଜାରି ରହିବ ବୋଲି ଆଶା କରାଯାଉଛି। ତେବେ ଗ୍ରାସ୍‌କୋର୍ଟରେ ଏହି ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଥିବାରୁ ପାକିସ୍ତାନର ଷ୍ଟାର ଖେଳାଳି ଆଇଜାମ୍‌-ଉଲ-ହକ୍‌ କୁରେଶୀ ଓ ଅକିଲ ଖାନ୍‌ଙ୍କଠାରୁ ଲଢୁଆ ପ୍ରଦର୍ଶନ ଆଶା କରାଯାଉଛି।

 

Share