Categories: ଜାତୀୟ

ଦାବୋସ ଏଜେଣ୍ଡା ଶିଖର ସମ୍ମିଳନୀର ପ୍ରଥମ ଦିନରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୧: ବିଶ୍ୱ ଆର୍ଥିକ ମଞ୍ଚ ବା ୱାର୍ଲଡ ଇକୋନମିକ ଫୋରମ(ଡବ୍ଲୁଇଏଫ୍‌)ର ଅନଲାଇନ ଆୟୋଜିତ ହେବାକୁ ଯାଉଥିବା ଦାବୋସ ଏଜେଣ୍ଡା ଶିଖର ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୫ ଦିବସୀୟ ଏହି ଶିଖର ସମ୍ମିଳନୀ ୧୭ ଜାନୁୟାରୀରୁ ଆରମ୍ଭ ହୋଇ ୨୧ ଜାନୁୟାରୀରେ ଶେଷ ହେବ । ଏଥିରେ ବିଶ୍ୱର ଅନ୍ୟ ଦେଶର ନେତାମାନେ ମଧ୍ୟ ୨୦୨୨ରେ ବିଶ୍ୱକୁ ନେଇ ସେମାନଙ୍କର ଦୃଷ୍ଟିକୋଣ ସମ୍ପର୍କରେ ସୂଚନା ଦେବେ । ଏହି ସମ୍ମିଳନୀର ପ୍ରାରମ୍ଭିକ ବକ୍ତାମାନଙ୍କ ମଧ୍ୟରେ ମୋଦି ଅନ୍ୟତମ । ସୂଚନାଯୋଗ୍ୟ, ଦ୍ୱିତୀୟ ଥର ଲାଗି ଏହି ସମ୍ମିଳନୀ ଭର୍ଚୁଆଲ ମୋଡରେ ହେଉଛି । ଏଥରର ବିଷୟ ବସ୍ତୁ ରହିଛି ବିଶ୍ୱର ଅବସ୍ଥା । ଏହା ଉପରେ ବିଭିନ୍ନ ଦେଶର ନେତାମାନେ ଆଲୋଚନା କରିବେ ।

Share