ମୁମ୍ବାଇ,୫।୧: ଗ୍ୟାଙ୍ଗ୍ଷ୍ଟର ଦାଉଦ୍ ଇବ୍ରାହିମ୍ଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି ସମ୍ପତ୍ତି ଶୁକ୍ରବାର ନିଲାମ ଜରିଆରେ ବିକ୍ରି ହୋଇଛି। ୧୭୦.୯୮ ବର୍ଗମିଟରର କୃଷି ଜମି୨.୦୧ କୋଟିରେ ବିକ୍ରି ହୋଇଛି, ଯାହାର ରିଜର୍ଭ ପ୍ରାଇସ୍ ୧୫,୪୪୦ ଟଙ୍କା ଥିଲା। ସେହିପରି ୧୭୩୦ ବର୍ଗମିଟରର ଅନ୍ୟ ଏକ ଜମି ୩.୨୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଜଣେ ବ୍ୟକ୍ତି ୨ଟି ଯାକ ସମ୍ପତ୍ତିକୁ କିଣିଥିଲେ ହେଁ ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ।
ପ୍ରକାଶ ଯେ, ତସ୍କର ଏବଂ ବିଦେଶୀ ବିନିମୟ ଅପରେଟରଙ୍କ (ସମ୍ପତ୍ତି ଜବତ) ଆଇନ ଅନୁଯାୟୀ ଉପଯୁକ୍ତ କର୍ତ୍ତୃପକ୍ଷ ଦାଉଦ୍ଙ୍କ ମହାରାଷ୍ଟ୍ରର ରତ୍ନଗିରି ଜିଲା ମୁମ୍ବକେ ଗ୍ରାମରେ ଥିବା ୪ଟି ସମ୍ପତ୍ତିର ନିଲାମ ଡାକିଥିଲେ। ୨ଟି ଜମି ପାଇଁ କେହି ବିଡ୍ ଦାଖଲ ନ କରିବାରୁ ଅବଶିଷ୍ଟ ୨ଟିର ନିଲାମ କରାଯାଇଥିଲା। ଦକ୍ଷିଣ ମୁମ୍ବାଇର ଆୟକର ଭବନରେ ଜମି ନିଲାମ ଡକାଯାଇଥିଲା।