ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦର ପୁତୁରା କରୋନା ମୃତ

ଇସଲାମବାଦ,୨୫।୧୨-ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ପୁତୁରା ସିରାଜ କାସକର(୩୮) ମହାମାରୀ କରୋନାରେ ଶୁକ୍ରବାର ମୃତ୍ୟୁବରଣ କରିଛି। ସିରାଜ କରୋନାରେ ଆକ୍ରାନ୍ତ ହେବା ପରେ ପାକିସ୍ତାନର କରାଚୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଏକ ସପ୍ତାହ ଧରି ଡାକ୍ତରଖାନାରେ ସେ ଚିକିତ୍ସିତ ହେବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ସିରାଜ ଦାଉଦ ଇବ୍ରାହିମର ବଡ ଭାଇ ସାବୀର କାସକରଙ୍କ ପୁଅ।

Share