ନୂଆଦିଲ୍ଲୀ,୧୦।୧୧: ଅଣ୍ଡର ଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କର ସମ୍ପତ୍ତି ନିଲାମ ହୋଇଛି। ଦିଲ୍ଲୀର ଦୁଇ ଆଇନଜୀବୀଙ୍କୁ ଦାଉଦ୍ଙ୍କର ୬ ସମ୍ପତ୍ତି ମିଳିଛି। ସେଥିମଧ୍ୟରୁ ଆଇନଜୀବୀ ଅଜୟ ଶ୍ରୀବାସ୍ତବଙ୍କୁ ୨ଟି ଏବଂ ଭୂପେନ୍ଦ୍ର ଭରଦ୍ୱାଜଙ୍କୁ ୪ଟି ସମ୍ପତ୍ି ମିଳିଛି। ଦାଉଦ୍ଙ୍କ ୪, ୫ ,୭,୮ ନମ୍ବର ସମ୍ପତ୍ତି ଭୂପେନ୍ଦ୍ର କିଣିଥିବାବେଳେ ୬ ଏବଂ ୯ ନମ୍ବର ସମ୍ପତ୍ତି ଅଜୟ କିଣିଛନ୍ତି। ତେବେ ୧୦ ନମ୍ବର ସମ୍ପତ୍ତିରେ କିଛି ବିବାଦ ରହିଥିବାରୁ ଏହାକୁ ବିକ୍ରି କରାଯାଇ ନାହିଁ। ଏସବୁ ସମ୍ପତ୍ତି ନିଲାମରୁ ସରକାରଙ୍କୁ ୨୨ ଲକ୍ଷ ୭୯ ହଜାର ୬ ଶହ ଟଙ୍କା ମିଳିଛି। ଦାଉଦ୍ଙ୍କ ପୂର୍ବପୁୁରୁଷର କୋଠା ୧୧ ଲକ୍ଷ ୨ ହଜାର ଟଙ୍କାରେ ବିକ୍ରି କରାଯାଇଛି। ସେହିପରି ଦାଉଦ୍ଙ୍କ ସମ୍ପର୍କୀୟ ଇକବାର ମିର୍ଚିଙ୍କ ଜୁହୁସ୍ଥିତ ସମ୍ପତ୍ତି ବିକ୍ରି ହୋଇ ପାରି ନାହିଁ।