Categories: ଜାତୀୟ

ଦାଉଦ୍‌ଙ୍କ ସହଯୋଗୀ ମଜିଦ୍‌ ଗିରଫ: ୨୪ ବର୍ଷ ଧରି ଥିଲେ ଫେରାର

ରାଞ୍ଚି,୨୭।୧୨: ଗୁଜରାଟର ଆତଙ୍କବାଦ ନିରୋଧି ସ୍କ୍ବାଡ୍‌(ଏଟିଏସ୍‌)ଙ୍କୁ ବଡ଼ ସଫଳତା ମିଳିଛି। ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହଯୋଗୀ ଅବ୍ଦୁଲ୍‌ ମଜିଦ୍‌ କୁଟ୍ଟିଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିବାରେ ଏଟିଏସ୍‌ ଟିମ୍‌ ସକ୍ଷମ ହୋଇଛନ୍ତି। ଗତ ୨୪ ବର୍ଷ ଧରି ମଜିଦ୍‌ ଫେରାର ଥିଲେ। ମଜିଦ୍‌ କେରଳର ବାସିନ୍ଦା। ୧୯୯୬ଠାରୁ ତାଙ୍କର ସନ୍ଧାନ ଜାରି ରହିଥିଲା। ମଜିଦ୍‌ଙ୍କ ବିରୋଧରେ ୧୦୬ ପିସ୍ତଲ, ୭୫୦ କ୍ୟାଟ୍ରିଜ୍‌ ଏବଂ ୪ କିଲୋଗ୍ରାମ୍‌ ଆର୍‌ଡ଼ିଏକ୍ସ୍‌ ଜମା କରିବା ଅଭିଯୋଗ ରହିଥିଲା। ଏହି ଅଭିଯୋଗରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି। ତେବେ ମଜିଦ୍‌ ଦୀର୍ଘଦିନ ଧରି ଲୁଚିଛପି ରହୁଥିଲେ। ସେ ଝାଡ଼ଖଣ୍ଡରେ ଥିବା ଖବର ପାଇବା ପରେ ଏଟିଏସ୍‌ ଟିମ୍‌ ପକ୍ଷରୁ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା।

Share