Categories: ଜାତୀୟ

ଓ୍ବେଲ ଡନ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧: ‘ଓ୍ବେଲଡନ ଇଣ୍ଡିଆ’। ସୋମବାର ଠାରୁ ଆରମ୍ଭ ହୋଇଥିବା କିଶୋରଙ୍କ ଟିକାକରଣ ଲାଗି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖି ଏଭଳି ଟୁଇଟ୍‌ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ। ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷ ପିଲାଙ୍କୁ ଟିକା ଦିଆଯାଇଛି।

ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଲେଖିଥିଲେ“କୋଭିଡ୍‌-୧୯ଠାରୁ ଯୁବପିଢ଼ିଙ୍କ ସୁରକ୍ଷା ଲାଗି ଆଜି ଆମେ ଏକ ବଡ଼ ପଦକ୍ଷେପ ନେଇଛୁ। ୧୫-୧୮ ବୟସ ବର୍ଗରେ ଭାକ୍ସିନ ନେଇଥିବା ମୋ ଯୁବ ବନ୍ଧୁମାନଙ୍କୁ ଏବଂ ସେମାନଙ୍କ ବାପାମା’ଙ୍କୁ ଅଭିନନ୍ଦନ। ଆଗାମୀ ଦିନରେ ଟିକାକରଣ ଲାଗି ଅଧିକ ସଂଖ୍ୟାରେ ଯୁବବର୍ଗଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଉଛି”।

Share