Categories: ଖେଳ

ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୧/୦

ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ ଖେଳ ଆରମ୍ଭ କରି ବିନା କୌଣସି ଉଇକେଟରେ ୨୧ ରନ୍‌ କରିଛି। ଭାରତର ଓପନର ଅଧିନାୟକ ରୋହିତ ଶର୍ମା ୩୪ ବଲ୍‌ ଖେଳି ୧ ଚଉକା ସହାୟତାରେ ୧୩ ରନ୍‌ କରି ଥିବା ବେଳେ କେଏଲ୍‌ ରାହୁଲ ୨୦ ବଲ୍‌ ଖେଳି ୪ରନ୍‌ କରି ଅପରାଜିତ ରହିଛନ୍ତି। ଫଳରେ ଭାରତ ଅଷ୍ଟ୍ରେଲିଆ ଇନିଂସ୍‌ଠାରୁ ୨୪୨ ରନ୍‌ ପଛରେ ରହିଛି।

ଟସ୍‌ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଦଳର ଉସ୍‌ମାନ ଖ୍ବାଜା ୮୧ ରନ୍‌ କରିଥିବା ବେଳେ ପିଟର ହ୍ୟାଣ୍ଡସ୍କମ୍ବ ୭୨ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ ସ୍କୋର କରିବାରେ ସକ୍ଷମ ହୋଇଛି। ଭାରତର ମହମ୍ମଦ ଶାମି ସର୍ବାଧିକ ୪ ଉଇକେଟ ନେବାରେ ସଫଳ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ଏବଂ ଅଶ୍ୱିନ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share