Categories: ଖେଳ

ଦ୍ୱିତୀୟ ଟେଷ୍ଟ: ଲଞ୍ଚ୍‌ ସୁଦ୍ଧା ଭାରତ ୧୪୪/୭

ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି। ଶନିବାର ଦ୍ୱିତୀୟ ଦିନ ଲଞ୍ଚ୍‌ ସୁଦ୍ଧା ଭାରତ ୭ ଉଇକେଟ ହରାଇ ୧୪୪ ରନ୍‌ କରିଛି। ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ ୧୯୯ ରନ୍‌ ପଛରେ ରହିଛି।
ଭାରତ ଓପନର ଅଧିନାୟକ ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ବିନା କୌଣସି ଉଇକେଟ ହରାଇ ୨୧ ରନ୍‌ କରିଥିଲା। କ୍ରିଜ୍‌ରେ ଥିବା ରୋହିତ ଏବଂ ରାହୁଲ ଦ୍ୱିତୀୟ ଦିନ ଖେଳ ଆରମ୍ଭ କରିଥିଲେ। ପ୍ରାରମ୍ଭିକ ଭଲ ଷ୍ଟାର୍ଟ ଦେଇଥିବା ବେଳେ ରୋହିତ ୩୨ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ସେହିପରି ରାହୁଲ ୧୭ ରନ୍‌ କରି ଆଉଟ ହୋଇଥିଲେ। ୧୦୦ତମ ଟେଷ୍ଟ ଖେଳୁଥିବା ଚେତେଶ୍ୱର ପୂଜାରା ଖାତା ଖୋଲି ନ ପାରି ପାଭିଲିୟନକୁ ଫେରିଥିଲେ। ବିରାଟ କୋହଲି ମଧ୍ୟ ୪୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨୬ ରନ୍‌ କରିଥିଲେ। ଶ୍ରୀକର ଭାରତ ୬ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ ଅକ୍ସର ପଟେଲ ଏବଂ ରବିଚନ୍ଦ୍ରନ୍‌ ଅଶ୍ୱିନ କ୍ରିଜ୍‌ରେ ରହିଛନ୍ତି।
ଟସ୍‌ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଦଳର ଉସ୍‌ମାନ ଖ୍ବାଜା ୮୧ ରନ୍‌ କରିଥିବା ବେଳେ ପିଟର ହ୍ୟାଣ୍ଡସ୍କମ୍ବ ୭୨ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ ସ୍କୋର କରିବାରେ ସକ୍ଷମ ହୋଇଥିଲା।

Share