Categories: ଖେଳ

ଦୃଢ଼ ସ୍ଥିତିରେ ଭାରତ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧୪୪ ରନ୍‌ରେ ଆଗୁଆ

ନାଗପୁର,୧୦।୨: ନାଗପୁର ଟେଷ୍ଟରେ ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସହ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ପ୍ରଥମ ଇନିଂସରେ ଦୃଢ଼ ସ୍ଥିତିରେ ରହିଛି। ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୭ ଉଇକେଟ ହରାଇ ୩୨୧ ରନ୍‌ କରିଛି। ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ ୧୪୪ ରନ୍‌ ଆଗରେ ରହିଛି। ଜାଡେଜା ୬୬ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୫୨ ରନ୍‌ କରି କ୍ରିଜରେ ରହିଛନ୍ତି। ଭାରତ ହାତରେ ଆଉ ୩ ଉଇକେଟ ଥିବା ବେଳେ ଦଳ ଅଧିକ ସମୟ ବ୍ୟାଟିଂ କରି ମଜଭୁତ ସ୍ଥିତିରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।
ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୧୭୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ପରେ ଭାରତ ଇନିଂସ ଆରମ୍ଭ କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୭୭ ରନ୍‌ କରି ୧ ଉଇକେଟ ହରାଇଥିଲା। ଶୁକ୍ରବାର ଦୁଇ ଅପରାଜିତ ବ୍ୟାଟର ରୋହିତ ଶର୍ମା ଓ ଅଶ୍ୱିନ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

Share