Posted inଖେଳ

ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନ୍‌ରେ ଆଗୁଆ

ଧର୍ମଶାଳା,୮ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୮ ଉଇକେଟ ହରାଇ ୪୭୩ ରନ୍‌ କରିଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୫ ରନ୍‌ରେ ଆଗରେ ରହି ଦୃଢ ସ୍ଥିତିରେ ପହଞ୍ଚିଛି।

ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୧ ଉଇକେଟ ବିନିମୟରେ ୧୩୫ ରନ୍‌ କରିଥିଲା। ଦ୍ୱିତୀୟ ଦିନ ଖେଳ ଆରମ୍ଭ କରି ଭାରତ ଦମ୍‌ଦାର ବ୍ୟାଟିଂ କରିଥିଲା। ଶୁଭମନ ଗିଲ ୧୧୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୦୩ ରନ୍‌ କରିଥିଲେ। ସେହିପରି ଦେବଦତ୍ତ ପାଡିକଲ ୬୫ ରନ୍‌ କରିଥିବା ବେଳେ ଯଶସ୍ବୀ ଜୟୱାଲ ୫୭ ଏବଂ ସର୍ଫରାଜ ଖାନ ୫୬ ରନ୍‌ର ମହତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଫଳରେ ଭାରତ ୧୨୦ ଓଭର ଖେଳି ୮ ଉଇକେଟ ବିନିମୟରେ ୪୭୩ ରନ୍‌ର ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଛି।

ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ କୁଲଦୀପ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ୍‌ ଜାଲରେ ଫସି ଇଂଲଣ୍ଡ ୨୧୮ ରନ୍‌ରେ ପ୍ରଥମ ଇନିଂସରେ ଅଲ୍‌ଆଉଟ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

WPL: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ମୁମ୍ବାଇ,୧୩ା୩: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓମେନ (ଏମଆଇଡବ୍ଲ୍ୟୁ) ୪୭ ରନରେ ଗୁଜରାଟ ଜାଏଣ୍ଟ୍ସ ଓମେନ (ଜିଜିଡବ୍ଲ୍ୟୁ)କୁ ପରାସ୍ତ...

ରୋହିତଙ୍କ ଅବସର ସମ୍ପର୍କରେ ଏଭଳି କହିଲେ ଡି’ ଭିଲିୟସ

ନୂଆଦିଲ୍ଲୀ,୧୩ା୩: ଦକ୍ଷିଣ ଆଫ୍ରିକାର ମହାନ୍‌ ବ୍ୟାଟର ଏବି ଡି’ ଭିଲିୟର୍ସଙ୍କ ମତରେ ରୋହିତ ଶର୍ମାଙ୍କ ପାଖରେ ଅବସର ନେବା ଲାଗି କିଛି କାରଣ ନାହିଁ। ଏଥିସହିତ...

ନ୍ୟାଶ୍‌ନାଲ ଟି୨୦ ଚାମ୍ପିୟନଶିପ୍‌ରୁ ଓହରିଲେ ବାବର

କରାଚୀ,୧୩।୩: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଲାଗି ଘୋଷିତ ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଥିବା ପୂର୍ବତନ ଅଧିନାୟକ ବାବର ଆଜମ ନ୍ୟାଶନାଲ ଟି୨୦ ଚାମ୍ପିୟନଶିପରୁ ଓହରିବାକୁ...

IPL 2025: DCର ଅଧିନାୟକତ୍ୱ ବିତର୍କ ମଧ୍ୟରେ ବଡ଼ ବୟାନ ହେଲେ KL Rahul

ନୂଆଦିଲ୍ଲୀ,୧୩।୩: କେଏଲ ରାହୁଲ ଆଇପିଏଲର ଆଗାମୀ ୧୮ତମ ସିଜିନରେ ତାଙ୍କର ପଞ୍ଚମ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବାକୁ ପ୍ରସ୍ତୁତ। ୧୩୨ ଆଇପିଏଲ ମ୍ୟାଚ ଏବଂ...

ଜାତୀୟ ମାଷ୍ଟର ଗେମ୍ସ, ବିଦ୍ୟାଧରଙ୍କୁ ମିଳିଲା ସ୍ବର୍ଣ୍ଣ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ କାଦୋବାହାଲ ଗ୍ରାମର ବିଦ୍ୟାଧର ସାହୁ କ୍ରୀଡ଼ାରେ ରେକର୍ଡ ସୃଷ୍ଟି...

କଠୋର ହେଲା BCCI: ଆଇପିଏଲରୁ ଇଂଲଣ୍ଡର ଶକ୍ତିଶାଳୀ ଖେଳାଳିଙ୍କୁ ୨ବର୍ଷ ପାଇଁ କରାଗଲା ବାସନ୍ଦ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡ ଖେଳାଳି ହ୍ୟାରି ବ୍ରୁକଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବ୍ରୁକ ଏବେ ତାଙ୍କର ଦୁଇ ବର୍ଷର ବାସନ୍ଦ ସମାପ୍ତ କରିବା ପରେ...

ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା, ଆଘାତ ଯୋଗୁଁ ୪ ମାସ ପାଇଁ ଖେଳି ପାରିବେନି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ ଚାରି ମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଉଡଙ୍କ ବାମ ଆଣ୍ଠୁ ଲିଗାମେଣ୍ଟରେ ଅସ୍ତ୍ରୋପଚାର କରାଯାଇଥିଲା। ଇଂଲଣ୍ଡ...

ପୁଣି ଏକାଠି ହେଲେ ଏମଏସ ଧୋନି, ଗୌତମ ଗମ୍ଭୀର; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ,୧୩ା୩: ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପୂର୍ବତନ ସାଥୀ ଏମଏସ ଧୋନିଙ୍କ ସହିତ ଏକ ବିରଳ ପୁନର୍ମିଳନ ହୋଇଛି। ଉଭୟ ମସୁରୀରେ ୱିକେଟକିପର-ବ୍ୟାଟର ରିଷଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri