Categories: ଖେଳ

ଓ୍ବାର୍ମଅପ୍‌ ମ୍ୟାଚ: ଭାରତ ୮୨ ରନ୍‌ରେ ଅଗ୍ରଣୀ

ଲିସେଷ୍ଟର,୨୫।୫: ସ୍ଥାନୀୟ ଗ୍ରେସ୍‌ ରୋଡଠାରେ ଭାରତ ଓ ଲିସେଷ୍ଟର ମଧ୍ୟରେ ଗୁରୁବାରଠାରୁ ୪ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଭାରତ ଅଗ୍ରଣୀ ହାସଲ କରିଛି। ଭାରତ ଏହାର ପ୍ରଥମ ଇନିଂସକୁ ୨୪୬/୮ରେ ଘୋଷଣା କରିଥିଲା। ଦଳ ପକ୍ଷରୁ ଶ୍ରୀକର ଭରତ ସର୍ବାଧିକ ୭୦ ରନ୍‌କରି ଅପରାଜିତ ରହିଥିଲେ। ଲିସେଷ୍ଟରର ରୋମାନ ଓ୍ବାକର ୫ ଉଇକେଟ ସଫଳତା ପାଇଥିଲେ। ଜବାବରେ ଲିସେଷ୍ଟର ୨୪୪ ରନ୍‌ କରି ସମସ୍ତ ଉଇକେଟ ହରାଇଥିଲା। ଏହି ଦଳ ପକ୍ଷରୁ ଖେଳୁଥିବା ଭାରତର ରିଷଭ ପନ୍ତ ସର୍ବାଧିକ ୭୬ ରନ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏ ଏବଂ ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ୨ଟି ଲେଖାଏ ଉଇକେଟ ନେଇଥିଲେ। ଶୁକ୍ରବାର ଦ୍ୱିତୀୟ ଦିବସ ଶେଷ ବେଳକୁ ଭାରତ ୧ ଉଇକେଟ ହରାଇ ୮୦ ରନ ସଂଗ୍ରହ କରିଛି। ଫଳରେ ଭାରତ ମୋଟ ୮୨ ରନ୍‌ରେ ଅଗ୍ରଣୀଲାଭ କରିଛି। ଶୁବମନ ଗିଲ୍‌ ୩୮ ରନ୍‌କରି ଆଉଟ ହୋଇଥିବା ବେଳେ ଭରତ ୩୧ ରନରେ ଅପରାଜିତ ରହିଛନ୍ତି।

Share