Categories: ଜାତୀୟ

ଜେଲ ଦଣ୍ଡାଦେଶର ଗୋଟିଏ ଦିନ ପରେ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୪।୩: ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ରାହୁଲ ଗାନ୍ଧୀ ତାଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହେବାର ଆଶଙ୍କା ମଧ୍ୟରେ ଶୁକ୍ରବାର ସକାଳେ ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିଥିଲେ। ହେଲେ ଲୋକ ସଭା ଦ୍ୱିପହର ଯାଏ ସ୍ଥଗିତ ଥିବା ଜାଣି ସେ ସଂସଦରୁ ଫେରି ଆସିଥିଲେ।

ଆଜି ସଂଦସର ଉଭୟ ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଯେଉଁ କାରଣରୁ ଲୋକ ସଭା ଏବଂ ରାଜ୍ୟ ସଭାର ପ୍ରକ୍ରିୟା କ୍ରମାଗତ ଭାବେ ବ୍ୟାହତ ହୋଇଛି। ଲୋକ ସଭା ପ୍ରଥମେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏହାପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପୁନର୍ବାର ଉତ୍ତେଜନା ଆରମ୍ଭ ହୋଇଥିଲା। ଏଥିସହିତ ରାଜ୍ୟ ସଭାରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖାଯାଇଛି।

Share