Categories: ଜାତୀୟ

ଗଣ ବଳତ୍କାର ଅଭିଯୋଗ ପରେ ଚାଲିଗଲା ପୀଡ଼ିତା ବାପାଙ୍କ ଜୀବନ

କାନପୁର,୧୦।୩ : ଗଣ ବଳତ୍କାର ଅଭିଯୋଗ କରିବାର ପର ଦିନ ଦୁର୍ଘଟଣାରେ ଚାଲି ଯାଇଛି ୧୩ ବର୍ଷୀୟା ନାବାଳିକା ପୀଡ଼ିତାର ବାପାଙ୍କ ଜୀବନ। ପୀଡ଼ିତାଙ୍କୁ ଡାକ୍ତରୀ ମଇନା ପାଇଁ ନିଆଯାଇଥିବା ମେଡିକାଲ ବାହାରେ ହିଁ ଘଟିଛି ଦୁର୍ଘଟଣା। ଉତ୍ତର ପ୍ରଦେଶର କାନପୁର ଜିଲାରୁ ଆସିଛି ଏଭଳି ସମ୍ବେଦନଶୀଳ ଘଟଣା।

ଗଣ ବଳାତ୍କାର ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ବାପା ଦୀପୁ ଯାଦବ ଓ ସୌରଭ ଯାଦବ। ଦୁହଁ ଉତ୍ତର ପ୍ରଦେଶ ପୋଲିସରେ ସବ୍‌ ଇନ୍‌ସ୍ପେକ୍ଟର ପଦରେ ଅଛନ୍ତି। ତେବେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ କେବଳ ତୃତୀୟ ଅଭିଯୁକ୍ତ ଗୋଲୁ ଯାଦବଙ୍କୁ ଗିରଫ କରିଛି ପୋଲିସ। ଏହି କାରଣରୁ ପୋଳିସ ଉପରେ ଗୁରୁତର ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ। ମାମଲା ରୁଜୁ କରିବା ପରଠୁ ଅଭିଯୁକ୍ତଙ୍କ ପରିବାର ବର୍ଗ ଧମକ ଦେଇ ଆସୁଛନ୍ତି। ଆଉ ଏ ସମ୍ପର୍କରେ ସବୁ ଜାଣି ପୋଲିସ ଚୁପ ବସିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ପୀଡ଼ିତାଙ୍କ ଡାକ୍ତରୀ ମଇନା ଚାଲିଥିବାବେଳେ ବାପା ଚା’ ପିଇବା ପାଇଁ ମେଡିକାଲ ପରିସରରୁ ବାହାରକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କ ମୃତ୍ୟ ଘଟିଥିଲା। ଏ ଘଟଣାରେ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛୁ। ଆଉ ଗଣ ବଳାତ୍କାର ମାମଲାର ତଦନ୍ତ କରିବା ପାଇଁ ୫ଟି ଟିମ୍‌ ଗଠନ କରିଛୁ ବୋଲି ପୋଲିସ ଅଧିକାରୀ କହିଛନ୍ତି।

Share