ଫୁଲବାଣୀ ଅଫିସ,୨୯।୧୨: ଦୀର୍ଘଦିନ ଧରି ଅଙ୍ଗନୱାଡି କର୍ମୀମାନେ ସେମାନଙ୍କ ଦାବି ପୂରଣ ପାଇଁ ଆନ୍ଦେଳନ ଚଳାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏଶନ ପକ୍ଷରୁ ଏହି ଆନ୍ଦୋଳନକୁ ତୀବ୍ର କରାଯାଇଛି। କନ୍ଧମାଳ ଜିଲାର ହଜାର ହଜାର ଅଙ୍ଗନୱାଡି କର୍ମୀ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ଦିନରାତି ଧାରଣା ଚାଲୁ ରହିବ ବୋଲି ସଂଘ ସରକାଙ୍କୁ ଚେତାବନୀ ଦେଇଛି ।
ପୂର୍ବାହ୍ନରେ ସଂଘ କର୍ମକର୍ତ୍ତା ଏବଂ ଅଙ୍ଗନୱାଡି କର୍ମୀ ସ୍ଥାନୀୟ ମାଦିକୁନ୍ଦା ଛକରୁ ବିଶାଳ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ଏକ ପ୍ରତିବାଦ ସଭା ହୋଇଥିଲା । ସଂଘ କର୍ମକର୍ତ୍ତାମାନେ ସେମାନଙ୍କ ଦାବି ପୂରଣ ନେଇ ସରକାରଙ୍କୁ ଚେତାବନୀ ଦେଇଥିଲେ ।