ମହାକାଶରେ ଦିନ-ରାତି କିପରି ଜାଣନ୍ତି ମହାକାଶଚାରୀ, ୨୪ ଘଣ୍ଟାରେ ଦେଖନ୍ତି ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ

ପୃଥିବୀରେ ଦିନ ରାତି କିପରି ହୁଏ ଏବିଷୟରେ ନିଶ୍ଚେ ଅବଗତ ଥିବେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ପୃଥିବୀ ବାହାରେ ଅର୍ଥାତ୍‌ ମହାକାଶରେ ଦିନ ରାତି କିପରି ହୁଏ। ଆଉ ମହାକାଶଚାରୀମାନେ ଏବିଷୟରେ କିପରି ଜାଣନ୍ତି। ମହାକାଶରେ ମାଇକ୍ରୋଗ୍ରାଭିଟି ବିଷୟରେ ଜାଣିବା ପାଇଁ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ ବ୍ୟବହୃତ ହୋଇଥାଏ। ତେବେ ସେଠାରେ ଥିବା ମହାକାଶଚାରୀମାନେ ଦିନ ରାତି କିପରି ଅନୁଭବ କରନ୍ତି ଆସନ୍ତୁ ଜାଣିବା। ଆମେରିକାର ସ୍ପେସ ଏଜେନ୍ସି ନାସା, ଋଷିଆର ରସ୍କୋମୋସ, ୟୁରୋପର ଇଏସଏ, ଜାପାନର ଜେଏଏକ୍ସଏ ଏବଂ କାନାଡାର ସ୍ପେସ ଏଜେନ୍ସି ସିଏସଏ ସହଯୋଗରେ ଆରମ୍ଭ ହୋଇଥିବା ଏହି ସ୍ପେସ ଷ୍ଟେସନ ହାରାହାରି ୪୦୦ କିଲୋମିଟର ଉଚ୍ଚତାରେ ପୃଥିବୀକୁ ପରିକ୍ରମା କରୁଛି।

ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ବା ଆଇଏସଏସରେ ଯେକୌଣସି ସମୟରେ ୫ ରୁ ୭ ଜଣ ମହାକାଶଚାରୀ ଥଆନ୍ତି। ଆଇଏସଏସ ଘଣ୍ଟା ପ୍ରତି ୨୭ହଜାର ୬୦୦ କିଲୋମିଟର ବେଗରେ ପୃଥିବୀ ଚାରିପଟେ ଘୂରି ବୁଲୁଛି। ପ୍ରାୟ ୯୦ ମିନିଟରେ ପୃଥିବୀର ଚାରିପାଖରେ ଗୋଟିଏ ଘେରା ଶେଷ କରିଥାଏ। ସ୍ପେସ ଷ୍ଟେସନ ପ୍ରାୟ ଅଧା ସମୟ ସୂର୍ଯ୍ୟକିରଣରେ ଏବଂ ଅବଶିଷ୍ଟାଂଶ ପୃଥିବୀର ଛାଇରେ ରହିଥାଏ। ଏହି କ୍ରମରେ ସ୍ପେସ ଷ୍ଟେସନ ଘୂରୁଥିବାବେଳେ ୪୫ମିନିଟ୍‌ ଆଲୋକରେ ଓ ୪୫ମିନିଟ୍‌ ଅନ୍ଧାରରେ ରହିଥାଏ। ଆଇଏସଏସ ୨୪ ଘଣ୍ଟା ମଧ୍ୟରେ ପୃଥିବୀ ଚାରିପଟେ ୧୬ଥର ଘୂରିଥାଏ। ତେଣୁ ପୃଥିବୀର ଗୋଟିଏ ଦିନରେ, ଆଇଏସଏସରେ ଉପସ୍ଥିତ ଥିବା ମହାକାଶଚାରୀମାନେ ୧୬ ଟି ସୂର୍ଯ୍ୟୋଦୟ ଏବଂ ୧୬ ଟି ସୂର୍ଯ୍ୟାସ୍ତ ଦେଖିଥାନ୍ତି। ମହାକାଶଚାରୀଙ୍କ ପାଇଁ ମହାକାଶରୁ ଗୋଟିଏ ଦିନରେ ୧୬ଟି ସୂର୍ଯ୍ୟୋଦୟ ଓ ୧୬ଟି ସୂର୍ଯ୍ୟାସ୍ତ ଦେଖିବା ଏକ ଚମତ୍କାର ଅନୁଭୂତି।

ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପୃଥିବୀର ଦିନରାତି ପରି ଏକ ପରିବେଶ ସୃଷ୍ଟି କରିବାକୁ, ଆଇଏସଏସକୁ ୟୁନିଭର୍ସାଲ କୋ-ଅର୍ଡିନେଟେଡ ଟାଇମ ଅର୍ଥାତ୍‌ ୟୁଟିସିରେ ସେଟ କରାଯାଇଛି। ୟୁଟିସି ବିଶ୍ୱର ମାନକ, ଯାହା ଦୁଇଟି କାରଣ ପାଇଁ ବ୍ୟବହାର ହୋଇଥାଏ। ପ୍ରଥମ ଆନ୍ତର୍ଜାତୀୟ ଆଟୋମିକ ସମୟ, ଯେଉଁଥିରେ ଆଟୋମିକ ଘଣ୍ଟାକୁ ବ୍ୟବହାର କରି ଗଣନା କରାଯାଏ। ଦ୍ୱିତୀୟ ୟୁନିଭର୍ସାଲ ଟାଇମ, ଯେଉଁଥିରେ ପୃଥିବୀର ଘୂର୍ଣ୍ଣନ ଉପରେ ଆଧାର କରି ସମୟ ଗଣନା କରାଯାଏ।

ମିଶନର ପ୍ରାରମ୍ଭିକ ବର୍ଷରେ ଦେଖାଗଲା ଯେ, ମହାକାଶଚାରୀମାନେ ସମ୍ପୂର୍ଣ୍ଣ ନିଦ ଅର୍ଥାତ୍‌ ୮ଘଣ୍ଟା ସୁସ୍ଥ ନିଦ ଶୋଇପାରୁ ନାହାନ୍ତି। ତେଣୁ ବୈଜ୍ଞାନିକମାନେ ସ୍ପେସ ଷ୍ଟେସନରେ ଥିବା ଲାଇଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ, ନାସାର ଆଇଏସଏସ ଉପରେ କରାଯାଇଥିବା ପରୀକ୍ଷଣ ମଧ୍ୟରୁ ମାନବ ଶରୀର ଉପରେ ଆଲୋକର ପ୍ରଭାବ ଅନ୍ୟତମ। ସ୍ପେସ ଷ୍ଟେସନକୁ ଆଲୋକିତ କରିବା ପାଇଁ ପ୍ରାରମ୍ଭରେ ଫ୍ଲୋରୋସେଣ୍ଟ ଲାଇଟ ସହ ଜେନରାଲ ଲ୍ୟୁମେଟର ବ୍ୟବହାର କରାଯାଉଥିଲା। ୨୦୧୬ ମସିହାରେ, ଏହି ମଡ୍ୟୁଲଗୁଡିକର କଠିନ ସ୍ତର ଏଲଇଡିକୁ ବଦଳାଯାଇଥିଲା। ବର୍ତ୍ତମାନ ଏଲଇଡି ଲାଇଟ ବ୍ୟବହାର କରି ଷ୍ଟେସନରେ ଦିନରାତି ପରିବେଶ ସୃଷ୍ଟି କରାଯାଉଛି। ଆଇଏଏସ ମହାକାଶଚାରୀଙ୍କ ପାଇଁ ଏକ ସାଧାରଣ ଦିନ ୬ଟା ଆରମ୍ଭ ହୋଇ ରାତି ୯ଟା ୩୦ରେ ଶେଷ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri