ସିମନବାଡ଼ି ଅଞ୍ଚଳରେ ମାତିଛନ୍ତି ଚୋର, ପୋଲିସ ନିକଟରେ ଅଭିଯୋଗ କରିବାକୁ ଅମଙ୍ଗ ବ୍ୟବସାୟୀ

ଦାରିଙ୍ଗବାଡି, ୩୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡ଼ି ଅଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଛି। ଦୁର୍ବୃତ୍ତମାନେ ଏବେ ନିୟମିତ ମାତିଥିଲେ ହେଁ ବ୍ୟବସାୟୀମାନେ ପୋଲିସ ନିକଟରେ ଅଭିଯୋଗ କରିବାକୁ ଅମଙ୍ଗ ହେଉଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ଚିନ୍ତା ବୃଦ୍ଧି ପାଇଛି।

ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ସିମନବାଡି ବଜାର ଉପରେ ଚା’ଦୋକାନ କରିଥିବା ରାଜୁ ସାହୁଙ୍କ କ୍ୟାବିନରୁ କିଛି ଜିନିଷ ଚୋରି ଯାଇଥିବା ବେଳେ ବିଷ୍ଣୁ ପ୍ରିୟା ମୁଖିଙ୍କ ଷ୍ଟେସନାରୀ ଦୋକାନ ଏବଂ କିରିକୁଟି ପଞ୍ଚାୟତର ଜଣେ ଯୁବତୀ ରଜନୀ ଦଣ୍ଡସେନାଙ୍କ ପରିବା ଦୋକାନ କ୍ୟାବିନ ଭାଙ୍ଗି ୧୫ ଶହ ଟଙ୍କା ଚୋରି ହୋଇଛି। ଏହି ବ୍ୟବସାୟୀମାନେ ଥାନାରେ ଅଭିଯୋଗ କରି ନ ଥିବା ଜଣାପଡିଛି। ପ୍ରତିଦିନ ଏହି ସବୁ ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ବେଳେ ବେଧଡ଼କ ଚୋରା ମଦ କାରବାର ବୃଦ୍ଧି ଚୋରିର ମୁଖ୍ୟ କାରଣ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପୋଲିସ ସିମନବାଡି ଅଞ୍ଚଳରେ ପାଟ୍ରୋଲିଂ କରିବା ଓ ଜୁଆଆଡ୍ଡାକୁ ରୋକିବାକୁ ପଦକ୍ଷେପ ନେବାକୁ ସାଧାରଣରେ ନିବେଦନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିମୂର୍ତ୍ତି ଜାଳିଥିବା ବ୍ୟକ୍ତି ଚିହ୍ନଟ: ପ୍ରତିକ୍ରିୟା ରଖିଲେ ହିମାଂଶୁ ଲାଲ…

ପାଟଣାଗଡ଼,୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ...

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ପରେ ମଙ୍ଗଳବାର କ୍ୟାପିଟାଲ ହସ୍ପଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’ କୋଳକୁ ଫେରେଇ ଦିଆଯାଇଛି। ଛୁଆକୁ...

ହନୁମାନ ଜୟନ୍ତୀରେ ଗଦା ବୁଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଏମପି : ନାଚିଲେ ଭକ୍ତଙ୍କ ସହ

ପଦ୍ମପୁର,୧୫।.୪ (ପ୍ରଦୀପ୍ତ ଦାଶ) ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଆ ନବ ବର୍ଷ ତଥା ମହାବୀର ହନୁମାନଙ୍କ ଜନ୍ମତ୍ସବ ଅବସରରେ ବରଗଡ଼ ଜିଲା ପଦ୍ମପୁର...

ମେରୁ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା: ୭ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହH ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ...

ଏନଏସି ହେବ ଜଗନ୍ନାଥପ୍ରସାଦ ପଞ୍ଚାୟତ: ଘୋଷଣା କଲେ ବିଧାୟକ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ପଂଚାୟତ (ବ୍ଲକ ମୁଖ୍ୟ କାର୍ଯ୍ୟାଳୟ)କୁ ଏନଏସିରେ ପରିଣତ କରାଯିବ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଖୁବଶୀଘ୍ର ରାଜ୍ୟ ସରକାର...

ଅଙ୍ଗ ତସ୍କରୀ ପାଇଁ ପିଲା ଚୋରି: ମହିଳାଙ୍କ ସହ ଅପହରଣ କରିଥିବା ଯୁବକ ଗିରଫ

ଭୁବନେଶ୍ୱର,୧୫।୪: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି।...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ

ବଲାଙ୍ଗୀର,୧୫ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସହରରେ ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ...

ଆମ୍ବେଡକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଜରୁରୀ

ଥୁଆମୂଳ ରାମପୁର,୧୫।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଥୁଆମୂଳ ରାମପୁର ସଦର ମହକୁମା ଠାରେ ଦଳିତ ସଚେତନ ସଂଗଠନ ଥୁଆ ମୂଳ ରାମପୁର ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ବିଶ୍ବରତ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image