Categories: ରାଜ୍ୟ

ଆଗାମୀ ଦୁଇ ଦିନରେ ଓଡ଼ିଶାରେ ଦିନବେଳା ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୧ା୩: ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ଦିନର ତାପମାତ୍ରା ବଢିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। “ଆସନ୍ତା ଦୁଇ ଦିନ ମଧ୍ୟରେ ଦିନବେଳା ସର୍ବାଧିକ ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ଘଟିବ ଏବଂ ଏହା ପରେ ଓଡ଼ିଶା ଜିଲାର ଅନେକ ସ୍ଥାନରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ।

ତେବେ ଆସନ୍ତା ଚାରି-ପାଞ୍ଚ ଦିନ ମଧ୍ୟରେ ଓଡିଶା ବିଭିନ୍ନ ଜିଲାର ଅନେକ ସ୍ଥାନରେ ରାତି ସମୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମାର୍ଚ୍ଚ ୩ ଏବଂ ୪ ରେ ଓଡିଶାର ଅନେକ ଜିଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଏହା ମଧ୍ୟ ପୂର୍ବାନୁମାନ କରିଛି।

ମାର୍ଚ୍ଚ ୩ ଝାରସୁଗୁଡା, ସୁନ୍ଦରଗଡ, ଏବଂ କେନ୍ଦୁଝର ଜିଲା ଉପରେ ଏକ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଏଥିରେ କୁହାଯାଇଛି। ସେହିଭଳି ମାର୍ଚ୍ଚ ୪ ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

Share