ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ଆଗାମୀ ୩ ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏଥିସହ ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୪ଡିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ଅନୁଯାୟୀ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ଓ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ ଭୋର ସମୟରେ କୁହୁଡି ଅନୁଭୂତ ହେବ। ତେବେ ଆଜି ସକାଳୁ ରାଜ୍ୟର କିଛି ଜିଲାରେ ଘନ-କୁହୁଡି ଦେଖାଯାଇଥିଲା। ଢେଙ୍କାନାଳରେ ୫୦ ମିଟର, କେନ୍ଦ୍ରାପଡାରେ ୯୦ ମିଟର, ଭୁବନେଶ୍ୱରରେ ୧୦୦ ମିଟର ଏବଂ କଟକରେ ୧୫୦ ମିଟର କୁହୁଡି ରେକର୍ଡ କରାଯାଇଛି।