ଦିନକୁ ଦିନ ବଢ଼ୁଛି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୨ ଜୀବନ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୪୨ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨,୮୭୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୫ଜଣ ପ୍ରାଣ ହରାଇଥିବା ବେଳେ କଟକ ଓ କଳାହାଣ୍ଡି ଜିଲାରୁ ୪ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ବୌଦ୍ଧ, ଝାରସୁଗୁଡ଼ା, ଖୋର୍ଦ୍ଧାରୁ ୩ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ଦେବଗଡ଼, ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର, ରାୟଗଡ଼ାରୁ ୨ଜଣ ଏବଂ ବରଗଡ଼, ଭଦ୍ରକ, ଗଞ୍ଜାମ ଓ ପୁରୀ ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share