Categories: ବାଣିଜ୍ୟ

ଗିଫ୍ଟ ମହାବିଦ୍ୟାଳୟରେ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୪।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଟେକ୍ନୋଲୋଜି’ ବା ଗିଫ୍ଟ ସ୍ବୟଂଶାସିତ ମହାବିଦ୍ୟାଳୟର ଆର୍‌ ଆଣ୍ଡ ଡି ବିଭାଗ ଅନୁକୂଲ୍ୟରେ ଏକ ଦିନିକିଆ କର୍ମଶାଳା (ସେମିନାର) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦେଶର ସାଇବର ଡିଫେନ୍‌ସ ରିସର୍ଚ୍ଚର ବାଲାଜୀ ଭେଙ୍କେଟେଶ୍ୱର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗିଫ୍ଟର ଅଧ୍ୟକ୍ଷ ଡ. ଏସ୍‌.କେ.ମହାରଣା, କମ୍ପ୍ୟୁଟର ବିଭାଗର ମୁଖ୍ୟ ଡ. ସତ୍ୟରଞ୍ଜନ ପଟ୍ଟନାୟକ ଓ ଆର୍‌ ଆଣ୍ଡ ଡିର ଡିନ୍‌ ଡ. ଅମର କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ବିଶେଷ କରି ‘ରିସେଣ୍ଟ ଡେଭେଲପ୍‌ମେଣ୍ଟ ଇନ୍‌ ସାଇବର ସିକ୍ୟୁରିଟି ଇନ୍‌ ଦ କରେଣ୍ଟ ସିନାରିଓ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ଆୟୋଜନ କରାଯାଇଥିଲା। ଉକ୍ତ କର୍ମଶାଳା (ସେମିନାର)ରେ ଗିଫ୍ଟର ଛାତ୍ରୀଛାତ୍ର, ଅଧ୍ୟାପକ ଓ ଅଧ୍ୟାପିକା ସମୂହ ଯୋଗ ଦେଇ ସାଇବର ସିକ୍ୟୁରିଟି ସମ୍ବନ୍ଧୀୟ ଅନେକ ତଥ୍ୟର ବିସ୍ତୃତ ଆଲୋଚନା କରିଥିଲେ। ପରିଶେଷରେ ଡ. ଅମର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Share