ପାଞ୍ଚ ବର୍ଷ ପରେ ନଜର ଆସିଲେ ‘ଦୟାବେନ୍’, ପ୍ରଶଂସକ କହୁଛନ୍ତି ଚିହ୍ନି ହେଉନି

ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ହେଲାଣି ଟେଲି ପରଦାରୁ ଗାଏବ ହୋଇଯାଇଛନ୍ତି ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଫେମ୍ ଦୟା ବେନ୍ ଓରଫ ଦିଶା ବକାନୀ। ୨୦୧୭ ସେପ୍ଟେମ୍ବରରେ ସେ ପିଲା ହେବା ଲାଗି ଛୁଟିରେ ରହିଥିଲେ। ସେବେଠାରୁ ସେ ଆଉ ଫେରି ନାହାନ୍ତି। ପ୍ରଶଂସକମାନେ କିନ୍ତୁ ତାଙ୍କ ଫେରିବା ବାଟକୁ ଚାହିଁ ରହୁଛନ୍ତି। ଏମିତିରେ ଏବେ ତାଙ୍କୁ ସାକ୍ଷାତ ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଯିଏ ଦେଖୁଛି ତାଙ୍କୁ ଚିହ୍ନି ହେଉନାହିଁ ବୋଲି କହୁଛି।

ନିକଟରେ ଦିଶାଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ଲାଗି ଘରେ ପହଞ୍ଚି ଥିଲେ। ସେଠାରେ ସେ କିଛି ଫଟୋ ଉଠାଇବା ସହ ତାଙ୍କୁ ଉପହାର ଦେଇଥିଲେ। ସେ ଫଟୋଗୁଡିକ ଶେୟାର କରିବା ପରେ ତାହା ଭାଇରାଲ ହେଉଛି।

ଦିଶା ସାଧାରଣ ମହିଳା ଭାବେ ଜୀବନ ଅତିବାହିତ କରୁଛନ୍ତି। ଏଣୁ ସେ ପ୍ରଶଂସକଙ୍କୁ ଫଟୋଗୁଡିକ ଏଡିଟ୍ କରି ଦେବାକୁ କହିଥିବା ଜଣାପଡିଛି। ଦୁଇ ପିଲାଙ୍କ ପାଇଁ ତାଙ୍କୁ ସମୟ ମିଳୁ ନ ଥିବା ସେ ମଧ୍ୟ କହିଛନ୍ତି।

Share