ପାଟଣା,୧୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ଗ୍ରାମର ଦୟାନିଧି ମହାନ୍ତ (୪୨)ଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଗଞ୍ଜାମ ଜିଲା ଗାଙ୍ଗପୁର ଥାନାଦୁମଦୁମି ସଂରକ୍ଷିତ ଜଙ୍ଗଲ ବୁଢାକେନ୍ଦୁରୁ ଜବତ କରାଯାଇଥିଲା। ସେ ସୋମବାର ରାତିରୁ ନିଖୋଜ ଥିଲେ। ବୁଧବାର ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଛି। ଗାଁ ଦାଣ୍ଡ କାନ୍ଦ ବୋବାଳିରେ ଫାଟି ପଡୁଛି। ଗାଁ ଶ୍ମଶାନରେ ଦୟାନିଧିଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଦୟାନିଧିଙ୍କ ପୁଅ ମୁଖାଗ୍ନି ଦେଇଛନ୍ତି। ସେ କନ୍ଧମାଳରୁ ଡେପୁଟେଶନରେ ଆସି ଗଞ୍ଜାମ ଆସିକା ଅଗ୍ନିଶମ କେନ୍ଦ୍ରରେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ। ସୁଇସାଇଡ ନୋଟରେ ଅଧିକାରୀମାନେ ବାରମ୍ବାର ତାଙ୍କୁ ଘରଠାରୁ ଦୂର ସ୍ଥାନକୁ ବଦଳି କରି ହଇରାଣ କରିବା ଫଳରେ ସେ ମା’ ବାପାଙ୍କୁ ହରାଥିଇଲେ। ସ୍ତ୍ରୀଙ୍କୁ ସମୟ ଦେଇପାରି ନ ଥିବାରୁ ସେ ବି ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ତାଙ୍କ ୨ ପିଲାଙ୍କ ଦାୟିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଉପରେ ରହିଲା ବୋଲି ସେ ଉଲ୍ଲେଖ କରିଥିଲେ।