Categories: ଜାତୀୟ

ପବିତ୍ର କାଲି ବେନ୍‌ରୁ ପାଣି ପିଇ ହୋଇଥିଲେ ଅସୁସ୍ଥ

ଚଣ୍ଡିଗଡ଼, ୨୨ା୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ ସୁଲତାନପୁର ଲୋଧିରେ ଥିବା ପବିତ୍ର କାଲି ବେନ୍‌ ଜୋରରୁ ପାଣି ପିଇ ଅସୁସ୍ଥ ହୋଇପଡିଥିଲେ। ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁବାର ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମାନ୍‌ ରବିବାର ପବିତ୍ର କାଲି ବେନ୍‌ରୁ ଏକ ଗ୍ଲାସ୍‌ ପାଣି ପିଇ ଥିଲେ। ଅସୁସ୍ଥ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଇଥିଲେ।

Share