Categories: ଜାତୀୟ

ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀଙ୍କୁ ଇଡିର ନୋଟିସ

ମୁମ୍ବାଇ,୨୯।୮: ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ଅନୀଲ ପରବ। ଏହାର କିଛି ଦିନ ପରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ ଜାରି କରିଛି। ଟଙ୍କା ହେରଫେର ମାମଲାରେ ସମ୍ପୃକ୍ତି ନେଇ ପରବଙ୍କୁ ସମନ ପଠାଇବା ସହ ମଙ୍ଗଳବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯାହା ଆଶା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି। ଭାଜପାର ଜନ ଆଶୀର୍ବାଦ ଯାତ୍ରା ଶେଷ ହେବା ପରେ ଅନୀଲ ପରବଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଛି। ଭାଜପା ପ୍ରତିଶୋଧ ନେବା ପାଇଁ କାମ ଆରମ୍ଭ କରି ଦେଇଛି। ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ହେଉଛି ରତ୍ନଗିରି। ପରବ ହେଉଛନ୍ତି ଏହି ଜିଲାର ଅଭିଭାବକ ମନ୍ତ୍ରୀ। ପର୍ଯ୍ୟାୟ ବୁଝ। ଏହା ଏକ ଆଇନଗତ ଲଢ଼େଇ, ଯାହାକୁ ଆମେ ଆଇନ ବାଟରେ ଲଢ଼ିବୁ ବୋଲି ଶିବ ସେନା ଏମ୍‌ପି ସଞ୍ଜୟ ରାଉତ ଟୁଇଟ୍‌ କରିଛନ୍ତି।

Share