Categories: ଖେଳ

ଦିଲ୍ଲୀରେ ଡିସି-କେକେଆର ମୁହାଁମୁହିଁ, ଡିସି ପାଇଁ କର ବା ମର ସ୍ଥିତି…

ନୂଆଦିଲ୍ଲୀ ,୨୦।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୨୮ତମ ମ୍ୟାଚ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମୁହାଁମୁହିଁ ହେବେ। ମ୍ୟାଚରେ ରହିବା ପାଇଁ ଡିସି ପାଇଁ କର ବା ମର ସ୍ଥିତି ରହିଛି। କ୍ରମାଗତ ପାଞ୍ଚଟି ପରାଜୟ ପରେ, ଡିସି ପାଇଁ ଯେ କୌଣସି ମୂଲ୍ୟରେ ଏହି ମ୍ୟାଚ ଜିତିବା ଆବଶ୍ୟକ । ଏହି କାରଣରୁ ଦିଲ୍ଲୀ ଦଳ ଏହି ମ୍ୟାଚରେ ନୂତନ ପରୀକ୍ଷଣ ଆଣିପାରେ, ଯେଉଁଥିରେ ପ୍ରୀତି ଖାଁ ଏବଂ ମିଚେଲ ମାର୍ଶଙ୍କ ପରି ଭେଟେରାନମାନେ ମଧ୍ୟ ଖେଳିିବାର ସମ୍ଭାବନା ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଇଙ୍ଗ ୧୧ରେ ପୃଥ୍ବୀ ଶ, ଡେଭିଡ ୱାର୍ଣ୍ଣର (ଅଧିନାୟକ), ମିଚେଲ ମାର୍ଶ, ୟଶ ଧୁଲ, ମନୀଷ ପାଣ୍ଡେ, ଅକ୍ଷର ପଟେଲ, ଅଭିଷେକ ପୋରେଲ (ଓ୍ବିକେଟ କିପର), ଲଲିତ ଯାଦବ, କୁଲଦୀପ ଯାଦବ, ଏନରିଚ ନର୍ଥଜେ, ମୁସ୍ତାଫିଜୁର ରହମାନ ପ୍ରମୁଖ ରହିଛନ୍ତି।

ସେହିପରି କୋଲକାତା ନାଇଟ ରାଇଡର୍ସ ପ୍ଲେଇଙ୍ଗ ୧୧ରେ ରହମାନୁଲ୍ଲା ଗୁରୁବାଜ(ଓ୍ବିକେଟ କିପର), ଜେସନ ରୟ, ଏନ ଜଗଦୀଶାନ, ଭେଙ୍କଟେଶ ଆୟର, ନୀତୀଶ ରାଣା(ଅଧିନାୟକ), ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ଶାର୍ଦ୍ଦୁଲ ଠାକୁର, ସୁନୀଲ ନାରିନ, ଉମେଶ ଯାଦବ, ଲକି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ, ସୁୟାଶ ଶର୍ମା ଅଛନ୍ତି।

Share