Categories: ଖେଳ

ଦିଲ୍ଲୀରେ ଡିସି-ଆରସିବି ମୁହାଁମୁହିଁ, ବିରାଟଙ୍କ ଯୋଗୁଁ ସମର୍ଥନ ବିଭାଜନ ହେବା ଆଶଙ୍କା…

ନୂଆଦିଲ୍ଲୀ,୬।୫ : ଆଇପିଏଲ୍‌ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ସହିତ ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବ। ଦଳ ସାମ୍ନାରେ ଦୁଇଟି ବଡ଼ ଚ୍ୟାଲେଞ୍ଜ ରହିଛି। ଗୋଟିଏ ନିଜ ବ୍ୟାଟିଂରୁ ସୁସ୍ଥ ହେବାକୁ ଏବଂ ଅନ୍ୟଟି ବିରାଟ କୋହଲି ଫ୍ୟାକ୍ଟରକୁ ସାମ୍ନା କରିବାକୁ। ଦିଲ୍ଲୀ ନିଜ ଘରୋଇ ପଡ଼ିଆରେ ଖେଳିବ, କିନ୍ତୁ ବିରାଟ କୋହଲିଙ୍କ ଯୋଗୁଁ ଏହାର ସମର୍ଥନ ବିଭାଜନ ହେବାର ଆଶଙ୍କା ରହିଛି।

ଦିଲ୍ଲୀର କ୍ୟାପିଟାଲ୍ସ ପ୍ଲେଇଙ୍ଗ ୧୧ରେ ଡେଭିଡ ୱାର୍ଣ୍ଣର (କ୍ୟାପଟେନ), ଫିଲିପ ସଲ୍ଟ(ୱିକେଟକିପର), ମିଚେଲ ମାର୍ଶ, ମନୀଷ ପାଣ୍ଡେ, ପ୍ରିୟ ଗର୍ଗ, ଅକ୍ଷର ପଟେଲ, ରିପଲ ପଟେଲ, ଅମାନ ହାକିମ ଖାନ, କୁଲଦୀପ ଯାଦବ, ଅନ୍ରିଚ ନର୍ଟେ, ଇଶାନ୍ତ ଶର୍ମା। ରହିଛନ୍ତି।

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେଇଙ୍ଗ ୧୧ରେ ବିରାଟ କୋହଲି, ଫାଫ ଡୁପଲେସିସ (କ୍ୟାପଟେନ), ଅନୁଜ ରାୱତ, ଗ୍ଲେନ ମ୍ୟାକ୍ସୱେଲ, ମହିପାଲ ଲୋମର / ସୁୟାଶ ପ୍ରଭାସାଇ, ଦୀନେଶ କାର୍ତ୍ତିକ (ୱିକେଟକିପର), କେଦାର ଯାଦବ, ୱାନିନ୍ଦୁ ହାସରାଙ୍ଗା, କର୍ଣ୍ଣ ଶର୍ମା, ମହମ୍ମଦ ସିରାଜ, ଜୋଶ ହାଜଲେଉଡ ପ୍ରମୁଖ ଅଛନ୍ତି।

Share