Categories: ଖେଳ

ଏମଆଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା ଡିସି…

ନୂଆଦିଲ୍ଲୀ,୧୧।୪ : ଆଇପିଏଲ ସିରିଜ ୧୬ର ୧୬ ତମ ମ୍ୟାଚ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ ଡିସି ଟିମ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

୧୯.୪ ଓଭରରେ ଡିସି ୧୦ ଓ୍ବିକେଟ ହରାଇ ୧୭୨ ରନ କରିଛି। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ ରହିଛି।

ଡିସି ପକ୍ଷରୁ ପୃଥ୍ବୀ ଶ ୧୫ ରନ କରିଥିବାବେଳେ ଡେଭିଡ ଓ୍ବାର୍ନର ୫୧ , ମନିଶ ପାଣ୍ଡେ ୨୬, ଅକ୍ଷର ପଟେଲ ୫୪ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କରେ ପହଞ୍ଚି ପାରି ନ ଥିଲେ।

 

Share