Categories: ଖେଳ

ହାଇଦ୍ରାବାଦରେ ଡିସି-ଏସଆରଏଚ ଲଢ଼େଇ, ଦିଲ୍ଲୀ ପାଇଁ କର ବା ମର ସ୍ଥିତି…

ହାଇଦ୍ରାବାଦ,୨୪।୪ : ଆଇପିଏଲ-୨୦୨୩ର ୩୪ ତମ ମ୍ୟାଚରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ସା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ବିଜୟ ଆବଶ୍ୟକ। ଦିଲ୍ଲୀ ଦଳ ପଏଣ୍ଟ ଟେବୁଲର ତଳେ ଅଛି । ୬ ଟି ମ୍ୟାଚରେ ଦଳ କେବଳ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ବିଷୟରେ କହିବାକୁ ଗଲେ ଦଳ ୨ ମ୍ୟାଚ ଜିତିଛି। ଯଦିଓ ଦଳର ଅବସ୍ଥା ଦିଲ୍ଲୀ ଅପେକ୍ଷା ଭଲ। ଏଭଳି ପରିସ୍ଥିତିରେ ଉଭୟ ଦଳ ବିଜୟ ଆଶା କରୁଛନ୍ତି।

ଏହି ମ୍ୟାଚ ଦିଲ୍ଲୀ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଦଳ ୬ ଟି ମ୍ୟାଚ ଖେଳି ସାରିଛି। ଦଳର ମାତ୍ର ୨ ପଏଣ୍ଟ ରହିଛି। ଦଳର ୮ଟି ମ୍ୟାଚ ବାକି ଅଛି । ଯଦି ଦଳ ସମସ୍ତ ମ୍ୟାଚ ଜିତେ, ତେବେ ଏହା ୧୮ ପଏଣ୍ଟ ସ୍କୋର କରିବାରେ ସକ୍ଷମ ହେବ। ଗତ ସିଜିନରେ ଚାରି ନମ୍ବର ସ୍ଥାନରେ ଥିବା ଦଳର ପଏଣ୍ଟ ୧୬ ଥିଲା।ଏଭଳି ପରିସ୍ଥିତିରେ କୁହାଯାଇପାରେ ଯଦି ଦିଲ୍ଲୀ ି ହାରିଯାଏ, ତେବେ ପରବର୍ତ୍ତୀ ଲିଗର ଯାତ୍ରା କଷ୍ଟସାଧ୍ୟ ହେବ।

ଦିଲ୍ଲୀ ସହିତ ହାଇଦ୍ରାବାଦର ଅବସ୍ଥା ମଧ୍ୟ ଖରାପ ରହିଛି। ୬ ଟି ମ୍ୟାଚରେ ଦଳ ମାତ୍ର ୨ ଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ସେଥିପାଇଁ ଦଳ ଆଉ ଗୋଟିଏ ପରାଜୟର ସମ୍ମୁଖୀନ ହୋଇପାରେ। ଅନ୍ୟଥା, ଦଳ ପାଇଁ କର ବା ମର ପରିସ୍ଥିତି ଉପୁଜିବ।

ସନରାଇଜର୍ସ ହାଇଦ୍ରାବାଦ ପ୍ଲେଇଙ୍ଗ ୧୧ରେ ମୟଙ୍କ ଅଗ୍ରୱାଲ, ହ୍ୟାରି ବ୍ରୁକ, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ (ଅଧିନାୟକ), ହେନିରିଚ କ୍ଲାସେନ (ଓ୍ବିକେଟ କିପର), ୱାଶିଂଟନ ସୁନ୍ଦର, ମାର୍କୋ ଜାନସେନ, ଭୁବନେଶ୍ୱର କୁମାର, ଉମରନ ମଲିକ ଏବଂ ଟି ନଟରାଜନ ପ୍ରମୁଖ ଅଛନ୍ତି।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଙ୍ଗ ୧୧ରେ ଡେଭିଡ ୱାର୍ଣ୍ଣର (ଅଧିନାୟକ), ପୃଥ୍ବୀ ଶ / ସରଫରାଜ ଖାନ, ମିଚେଲ ମାର୍ଶ, ମନୀଷ ପାଣ୍ଡେ, ଫିଲ ସଲ୍ଟ(ଓ୍ବିକେଟ କିପର), ଲଲିତ ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ଅନରିଚ ନୋର୍ଟଜେ ଏବଂ ମୁକେଶ କୁମାର ଅଛନ୍ତି।

 

Share