Categories: ଖେଳ

ହାଇଦ୍ରାବାଦ ଆଗରେ ୧୪୫ ରନ୍‌ର ଟାର୍ଗେଟ ରଖିଲା ଦିଲ୍ଲୀ

ହାଇଦ୍ରାବାଦ,୨୪।୪: ଆଇପିଏଲ-୨୦୨୩ର ୩୪ ତମ ମ୍ୟାଚରେ ସୋମବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ବୋଲିଂ କରିଥିଲା। ତେବେ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୪୪ ରନ୍‌ କରିଛି। ଫଳରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ୧୪୫ ବିଜୟ ଲକ୍ଷ୍ୟ ରହିଛି।

ଦିଲ୍ଲୀ ପାଇଁ ମନୀଷ ପାଣ୍ଡେ ଏବଂ ଅକ୍ଷର ପଟେଲ ୩୪-୩୪ ରନ ସଂଗ୍ରହ କରିଥିଲେ। ମିଚେଲ ମାର୍ଶ ୨୫ ରନ, ଭୁବନେଶ୍ୱର କୁମାର ୨ଟି ଉଇକେଟ ନେଇ ୪ ଓଭରରେ ମାତ୍ର ୧୧ ରନ ଦେଇଥିଲେ।

Share