Categories: ଖେଳ

୫ ରନରେ ଜିତିଲା ଡିସି…

ଅହମଦାବାଦ,୨।୫ : ଆଇପିଏଲ ୨୦୨୩ର ୧୬ ତମ ସିଜିନର ୪୪ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ୫ ରନରେ ବିଜୟ ହାସଲ କରିଛି ।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଜିଟି ୨୦ ଓଭରରେ ୬ ୱିକେଟ ହରାଇ ୧୨୫ ରନ କରିଥିଲା ।

ଜିଟି ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୫୯ ରନ କରିଥିବାବେଳେ ଅଭିନବ ମନୋହର ୨୬ ରନ, ରାହୁଲ ତାୱତିଆ ୨୦ରନ କରିଥିଲେ ।

ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଡିସି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିି ନେଇଥିଲା। ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଜିଟି ଟିମ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଥିଲା।
ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଡିସି ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୩୦ ରନ କରିଥିଲା। ଫଳରେ ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୩୧ ରନ ରହିଥିଲା।

ଡିସି ପକ୍ଷରୁ ପ୍ରିୟମ ଗର୍ଗ ୧୦ ରନ କରିଥିବାବେଳେ ଅକ୍ଷର ପଟେଲ ରନ ୨୭, ଅମନ ହକିମ ଖାଁ ୫୧, ରିପଲ ପଟେଲ ୨୩ ରନ କରିଥିଲେ।

Share