Categories: ଖେଳ

୭ ୱିକେଟରେ ଜିତିଲା ଡିସି…

ନୂଆଦିଲ୍ଲୀ,୬।୫ : ଆଇପିଏଲ୍‌ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷରେ ୭ ୱିକେଟରେ ବିଜୟ ହାସଲ କରିଛି ।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଡିସି ୧୬.୪ ଓଭରରେ ୩  ୱିକେଟ ହରାଇ ୧୮୭ ରନ କରିଥିଲା ।

ଡିସି ପକ୍ଷରୁ ଡେଭିଡ ୱାର୍ନର  ୨୨ ରନ କରିଥିବାବେଳେ ଫିଲିପ ସଲ୍ଟ ୮୭  ରନ, ମିଚେଲ ମାର୍ଶ  ୨୬ ରନ, ରିଲେ ରୋସୟୁ ୩୫, ଅକ୍ଷର ପଟେଲ ୮ କରିଥିଲେ ।

ଟସ ଜିତି ଆରସିବି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଅଧିନାୟକ ଫାଫ ଡୁପଲେସିସଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଅଧିନାୟକ ଡେଭିଡ ୱାର୍ନର ଫାଫଙ୍କ ନେତୃତ୍ୱରେ ଡିସି ବୋଲିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଆରସିବି ୪ ଓ୍ବିକେଟ ହରାଇ ୧୮୧ ରନ କରିଥିଲା। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୧୮୨ ରନ କରିଥିଲା।

ଆରସିବି ପକ୍ଷରୁ ବିରାଟ କୋହଲି ୫୫ ରନ କରିଥିବାବେଳେ ଫାଡୂ ପ୍ଲେସିସି ୪୫ ରନ, ମହିପାଲ ଲୋମର ୫୪ , ଦିନେଶ କାର୍ତ୍ତିକ ୧୧ , ଅନୁଜ ରାଓ୍ବତ ୮ ରନ କରିଥିଲେ।

 

Share