Categories: ବାଣିଜ୍ୟ

ଡିସିବି ବ୍ୟାଙ୍କ ନୂଆ ଅନ୍‌ଲାଇନ୍‌ ପ୍ଲାଟଫର୍ମ ‘ଡିସିବି ଇଜିବି’

ନୂଆଦିଲ୍ଲୀ,୩୧ା୮: ଡିସିବି ବ୍ୟାଙ୍କର ନୂଆ ଅନଲାଇନ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପ୍ଲାଟଫର୍ମ ‘ଡିସିବି ଇଜିବି’ ନିବେଶକମାନଙ୍କୁ ଯେ କୌଣସି ସମୟରେ ଏବଂ ଯେ କୌଣସିଠାରେ ନିଜ ମ୍ୟୁଚୁଆଲ୍‌ ଫଣ୍ଡ୍‌କୁ ନିରୀକ୍ଷଣ କରିବା ଓ ନିୟନ୍ତ୍ରଣ କରିବାରେ ସହାୟକ ହେଉଛି। ଏହା ନିବେଶକମାନଙ୍କୁ ଶାଖା ପରିଦର୍ଶନ ବିନା ବିବିଧ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ଶୀଘ୍ର ଓ ନିରବଚ୍ଛିନ୍ନ ଭାବେ ନିବେଶ କରିବା, ସ୍ବୟଂକ୍ରିୟ ପେମେଣ୍ଟ ସୁବିଧା ଏବଂ ନିବେଶ, ରିଡିମ୍‌ ଓ ତତ୍କାଳ ସ୍ବିଚ୍‌ କରିବାର ସୁବିଧା ପ୍ରଦାନ କରୁଛି। ସେଥିରେ ସାମିଲ ରହିଛି କୌଣସି ପଞ୍ଜୀକରଣ ଫି ଓ କାରବାର ଚାର୍ଜ ନାହିଁ, ପରିଚିତ ଏଏମ୍‌ସିରେ ନିବେଶ କରିବା ଲାଗି ସହଜରେ ମ୍ୟୁଚୁଆଲ ଫଣ୍ଡ୍‌ ଚୟନ ବିକଳ୍ପ, ସବୁ ଫଣ୍ଡ୍‌ର ରିସ୍କ ରେଟିଂ ଓ ଫ୍ୟାକ୍ଟ ସିଟ୍‌ ହାସଲ କରିବା, କେୱାଇସିକୁ ଅନଲାଇନ୍‌ରେ ଅପ୍‌ଲୋଡ୍‌ କରିବା ଏବଂ ଏନଏସଡିଏଲ୍‌ରୁ କନସୋଲିଡେଟେଡ୍‌ ଆକାଉଣ୍ଟ୍‌ ଷ୍ଟେଟମେଣ୍ଟ୍‌ ଡାଉନ୍‌ଲୋଡ୍‌ କରିବା ଇତ୍ୟାଦି।

Share