Categories: ବାଣିଜ୍ୟ

ଡିସିବିଏଲ୍‌ର ନୂତନ ଉତ୍ପାଦ ‘ଡାଲମିଆ ସୁପ୍ରିମ ସିମେଣ୍ଟ’

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ (ଡିସିବିଏଲ) ର ନୂତନ ଉତ୍ପାଦ ‘ଡାଲମିଆ ସୁପ୍ରିମ ସିମେଣ୍ଟ’ର ଶୁଭାରମ୍ଭ ଓ ବଜାର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଉକ୍ତ ଉତ୍ପାଦଗୁଡିକୁ ନିକଟରେ ବଜାର ପ୍ରବେଶ କରାଇଛି। ଏପରିକି ୨୦୨୩ ମେ ମାସରୁ ଉକ୍ତ ଉତ୍ପାଦ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଏବଂ ଝାଡଖଣ୍ଡ ଭଳି ରାଜ୍ୟର ଖୁଚୁରା ଗ୍ରାହକଙ୍କ ନିମନ୍ତେ ମଧ୍ୟ ଉପଲବ୍ଧ ହେଉଛି। ଏହି ପ୍ରିମିୟମ ଉତ୍ପାଦ ଏକ ଉଚ୍ଚମାନର ପୋର୍ଟଲ୍ୟାଣ୍ଡ ପୋଜୋଲାନା ସିମେଣ୍ଟ (ପିପିସି) ଉତ୍ପାଦ, ଯାହା ଉଚ୍ଚତ୍ତର ମଜଭୁତପଣ, ଦ୍ରୁତତର ସେଟିଂ ଏବଂ ଉତ୍ତମ କାର୍ଯ୍ୟକାରିତା ଭଳି ତିନିଟି ଫାଇଦା ଉପଭେକ୍ତୋଙ୍କୁ ଯୋଗାଉଛି। ଏ ସମ୍ପର୍କରେ ଡିସିବିଏଲର ସିନିୟର ଏକଜିକ୍ୟୁଟିଭ ଡାଇରେକ୍ଟର ଏବଂ ହେଡ ସେଲ୍ସ ଲଜିଷ୍ଟିକ୍ସ ଟେକନିକାଲ ସର୍ଭିସେସ ଆଣ୍ଡ ମାର୍କେଟିଂ ରାଜୀବ ପ୍ରସାଦ କହିଥିଲେ, ପୂର୍ବାଞ୍ଚଳ ବଜାରରେ ଡାଲମିଆ ସୁପ୍ରିମ ସିମେଣ୍ଟ ପ୍ରଚଳନ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ। କମ୍ପାନୀର ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ ଧାରାରେ ଏହି ନୂଆ ଉପତ୍ାଦ ବେଶ୍‌ ମଜଭୁତ, ଦ୍ରୁତତର ଏବଂ ଉତ୍ତମ ନିର୍ମାଣ ନିମନ୍ତେ ଏକ ସ୍ବତନ୍ତ୍ର ଉପତ୍ାଦର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବ। ଏହାର ଉଚ୍ଚତର ମଜଭୁତପଣ ଏବଂ ଦୀର୍ଘସ୍ଥାୟିତ୍ୱ ପାଇଁ ଡାଲମିଆ ସୁପ୍ରିମ ସିମେଣ୍ଟ ଗୃହ ନିର୍ମାଣ ପ୍ରକଳ୍ପଗୁଡିକ ନିମନ୍ତେ ଉପଯୋଗୀ ବିବେଚିତ ହେଉଛି। ଏହି ନୂଆ ବ୍ରାଣ୍ଡ୍‌ ଆମର ପୂର୍ବରୁ ରହିଥିବା ପ୍ରତିଷ୍ଠିତ ବ୍ରାଣ୍ଡ୍‌ ଯଥା ଡାଲମିଆ ସିମେଣ୍ଟ, ଡାଲମିଆ ଡିଏସ୍‌ପି ସିମେଣ୍ଟ, କୋଣାର୍କ ସିମେଣ୍ଟ ଏବଂ ଡାଲମିଆ ଇନ୍‌ଫ୍ରା ପ୍ରୋ ସହିତ ଆଉ ଏକ ଯୋଗ ହୋଇଛି।

Share