ଦେଶର ପ୍ରଥମ ନାଜାଲ ଭାକ୍ସିନକୁ ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ, ୬।୯ : କରୋନା ମହାମାରୀ ବିରୋଧରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଭାକ୍ସିନକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ଯେ କରୋନା ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ ନାକରେ ନେଇ ହେଉଥିବା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ଡ୍ରଗ କଣ୍ଟ୍ରୋଲର ଜେନେରାଲ(ଡିସିଜିଆଇ) ଅନୁମୋଦନ କରିଛନ୍ତି।

କୋଭିଡ -୧୯ ଭୂତାଣୁ ପାଇଁ ଏହା ଭାରତର ପ୍ରଥମ ନାକରେ ନେଇ ହେଉଥିବା ଟିକା ହେବ।

Share