Categories: ଜାତୀୟ

୧୨-୧୭ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ

ନୂଆଦିଲ୍ଲୀ,୯।୩: ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କରୋନା ଟିକା କୋଭୋଭାକ୍ସକୁ ୧୨-୧୭ ବର୍ଷର ପିଲାଙ୍କୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଛି। ୧୮ ବର୍ଷରୁ କମ ପିଲାଙ୍କ ମଧ୍ୟରେ ବ୍ୟବହାର ପାଇଁ ଅନୁମୋଦନ ପାଇବାରେ ଏହା ହେଉଛି ଚତୁର୍ଥ ଟିକା। ଗତ ସପ୍ତାହରେ ସିଡିଏସ୍‌ସିଓର କରୋନା ବିଶେଷଜ୍ଞ କମିଟି ୧୨ ରୁ ୧୭ବର୍ଷ ବୟସର ପିଲାଙ୍କ ପାଇଁ କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମତି (ଇୟୁଏ) ସୁପାରିଶ କରିବା ପରେ ବୁଧବାର ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆର (ଡିସିଜିଆଇ) ଅନୁମୋଦନ ଆସିଛି।

Share